୨୨ ଘଣ୍ଟାରୁ ଅଧିକ ସମୟ କଟାଇଥିଲେ । ସେମାନେ ମୋଟ ୧୨୫ କେ.ଜି. ଓଜନର ନୂଆ ଓ ପୁରୁଣା ଚନ୍ଦ୍ରଶିଳା ସଂଗ୍ରହ କରିଥିଲେ । ଚନ୍ଦ୍ର ପୃଷ୍ଠରେ ସେମାନେ ଏକ ସ୍ମାରକୀ ରଖି ଆସିଥିଲେ ଯେଉଁଥିରେ ଲେଖା ହୋଇଥିଲା - ଆମେ ଯେଉଁ ଶାନ୍ତି ମନୋଭାବ ନେଇ ଏଠାକୁ ଆସିଥିଲୁ, ସେହି ଶାନ୍ତି ସାରା ମଣିଷ ଜାତିର ଜୀବନକୁ ଚିରଉଜ୍ଜଳ କରୁ ।
ଚନ୍ଦ୍ର ଯନ୍ତ୍ରମଣିଷ
ଯୁକ୍ତରାଷ୍ଟ୍ର ଆମେରିକାର ବିଜ୍ଞାନୀମାନେ ମନୁଷ୍ୟକୁ ମହାକାଶକୁ ପଠାଇ ଓ ଚନ୍ଦ୍ରରାଜ୍ୟରେ ପହଞ୍ଚାଇ ବିଭିନ୍ନ ପ୍ରକାର ଗବେଷଣା କାର୍ଯ୍ୟ କରୁଥିଲା ବେଳେ ସୋଭିଏତ୍ ଋଷ୍ ଯନ୍ତ୍ରମଣିଷକୁ ଏହି କାର୍ଯ୍ୟରେ ନିଯୁକ୍ତ କରିଥିଲା । ଋଷ୍ ଲୁନା-୧୬ ନାମକ ଏକ ମହାକାଶଯାନ ୧୯୭୦ ମସିହା ସେପ୍ଟେମ୍ବର ୧୨ ରେ ଚନ୍ଦ୍ରକୁ ପଠାଇଥିଲା । ସେଥିରେ ଲୁନାଖୋଦ୍ ନାମକ ଏକ ରୋବଟ୍ ବା ଯନ୍ତ୍ରମଣିଷ ପଠାଇଥିଲା । ତାହା ଚନ୍ଦ୍ରଶିଳା ଖୋଳି ପୃଥିବୀକୁ ବୁହାଇ ଆଣିଥିଲା । ଚନ୍ଦ୍ର ରାଇଜରୁ ସେ ମୋଟ ୮୫ ଗ୍ରାମ୍ ଓଜନର ଧୂଳି ଆଣି ପାରିଥିଲା । ବିଭିନ୍ନ ପ୍ରକାର ଫଟୋ ଉଠାଇଥିଲା ଏବଂ ନାନା ପ୍ରକାର ପରୀକ୍ଷାନିରୀକ୍ଷା କରିଥିଲା । ଏହି ଚନ୍ଦ୍ରଶିଳାର ରଙ୍ଗ ଇଷତ୍ ଲାଲ୍ ଓ ସବୁଜ । ଏହାକୁ ପରୀକ୍ଷା କରି ବୈଜ୍ଞାନିକମାନେ ୪୫୦ କୋଟି ବର୍ଷ ତଳର ବୋଲି ମତ ଦେଇଥିଲେ । ଏହିପରି ଲୁନ-୧୨ ଓ ଲୁନା-୧୪ ରେ ଋଷ୍ ବଗିଯାନ ପଠାଇ ପୂର୍ବରୁ ନାନା ପରୀକ୍ଷା କରିଥିଲା ।
ଏହାପରେ ଲୁନା-୧୭ ନାମକ ଏକ ମନୁଷ୍ୟହୀନ ଯାନ ଋଷ୍ର ବୈଜ୍ଞାନିକଗଣ ଚନ୍ଦ୍ରକୁ ପଠାଇଥିଲେ ୧୯୭୦ ମସିହା ନଭେମ୍ବର ୧୭ ତାରିଖରେ । ଏଥିରେ ଲୁନାଖୋଦ୍-୧ ନାମକ ଏକ ଯନ୍ତ୍ରମଣିଷ ଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ଏକ ଆଠଚକିଆ ବଗି ଯେଉଁଥିରେ ତିନୋଟି ଟେଲିଭିଜନ କ୍ୟାମେରା ଠାରୁ ଆରମ୍ଭ କରି ମାଟି ଖୋଳିବା ଯନ୍ତ୍ରମାନ ଖଞ୍ଜା ଯାଇଥିଲା ।
ସୂର୍ଯ୍ୟ କିରଣରୁ ଏହି ଯନ୍ତ୍ର ମଣିଷ ଶକ୍ତି ସଂଗ୍ରହ କରୁଥିଲା । ପ୍ରଥମ ୫ ଦିନରେ ଏହି ବଗି ୧୯୭ ମିଟର ଦୂର ଯାଇଥିଲା ଏବଂ ପୃଥିବୀର