ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଥିବା ପ୍ରତିଯୋଗିତା ପରିବର୍ତ୍ତେ ସହଯୋଗର ସୂତ୍ରପାତ ହୋଇଥିଲା । ଋଷ୍ର କୃତ୍ରିମ ଉପଗ୍ରହ ସୋୟୁଜ୍ ଓ ଆମେରିକାର କୃତ୍ରିମ ଉପଗ୍ରହ ଆପୋଲୋ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଥିଲା ମହାଶୂନ୍ୟରେ । ଉଭୟ ଦେଶର ବୈଜ୍ଞାନିକଗଣ ମିଳିମିଶି ତିନିଦିନ କାଳ କେତେକ ଗବେଷଣା କାର୍ଯ୍ୟ କରିଥିଲେ । ଉଭୟ ଉପଗ୍ରହ ଗୋଟିଏ ପରି କାର୍ଯ୍ୟ କରୁଥିଲେ ।
ମାର୍କିନ୍ ବିଜ୍ଞାନୀମାନେ ଋଷ୍ର ବନ୍ଧୁମାନଙ୍କୁ ଏବଂ ଋଷୀୟ ବୈଜ୍ଞାନିକଗଣ ମାର୍କିନ୍ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିଥିଲେ । ସେମାନେ ଏକାଠି ଖିଆପିଆ କରିଥିଲେ । ସୁଖଦୁଃଖ ଓ ଭାବର ଆଦାନ ପ୍ରଦାନ କରିଥିଲେ । ସେମାନଙ୍କ ଜ୍ଞାନ ଓ କୌଶଳର ମିଶ୍ରଣରେ ମହାକାଶ ଗବେଷଣା କାର୍ଯ୍ୟର ଅଗ୍ରଗତି ଘଟିଥିଲା ।