ପୃଷ୍ଠା:Krutrima upagrahara jayajatra.pdf/୩୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆମ ଦେଶରେ କୃତ୍ରିମ ଉପଗ୍ରହର ଜୟଯାତ୍ରା

ସମସ୍ତେ ଆଜି ସଜାଗ

୧୯୭୫ ମସିହା ଏପ୍ରିଲ୍‌ ୧୯ ତାରିଖର ଏକ ଶାନ୍ତଶୀତଳ ସକାଳ । ସୋଭିଏତ୍‌ ଋଷ୍‌ର ଗୋଟିଏ ମହାକାଶ ପରୀକ୍ଷା କେନ୍ଦ୍ର ଆଜି ସଜାଗ ହୋଇ ଉଠିଛି । ବୈଜ୍ଞାନିକଙ୍କଠାରୁ ଇଞ୍ଜିନିୟରଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି କାର୍ଯ୍ୟବ୍ୟସ୍ତ । ଏହି କେନ୍ଦ୍ରରୁ ଗୋଟିଏ କୃତ୍ରିମ ଉପଗ୍ରହ ମହାକାଶକୁ ଛଡ଼ାଯିବ । ଭାରତୀୟ ବୈଜ୍ଞାନିକମାନେ ଏହି ଉପଗ୍ରହଟିକୁ ଗଢ଼ିଛନ୍ତି । ଋଷ୍‌ ବୈଜ୍ଞାନିକମାନଙ୍କ ସାହାଯ୍ୟରେ ଏଠାରୁ ତାହା ମହାଶୂନ୍ୟକୁ ପଠାଯିବ । ଏହା ଏକ ଐତିହାସିକ ଘଟଣା । ବିଜ୍ଞାନ କ୍ଷେତ୍ରରେ ଭାରତର ଏକ ବିଶେଷ ପଦକ୍ଷେପ ।

ସେହି ସ୍ଥାନଠାରୁ ୮ କି.ମି. ଦୂରରେ ଭାରତୀୟ ବୈଜ୍ଞାନିକଗଣ ଅପେକ୍ଷା କରି ରହିଛନ୍ତି । ଭାରତୀୟ ମହାକାଶ ଆୟୋଗର ସଭାପତି ଅଧ୍ୟାପକ ସତୀଶ୍‌ ଧାବନ୍‌ ନିଜେ ସେଠାରେ ଉପସ୍ଥିତ । ଭାରତର ପ୍ରଥମ କୃତ୍ରିମ ଉପଗ୍ରହ ଛଡ଼ାଯିବ । ସେଠାରେ ରକେଟ୍‌ମାନ ଖଞ୍ଜାଯାଇଛି । ଏତେ ଦୂରରୁ ସେସବୁ ସ୍ପଷ୍ଟ ଦେଖାଯାଉଛି ।


ତେବେ ପୁଣି ସଂଶୟ

ଋଷ୍‌ ଓ ଭାରତର ବୈଜ୍ଞାନିକମାନେ ସବୁ ଯନ୍ତ୍ରପାତି ତନ୍ନ ତନ୍ନ କରି ପରୀକ୍ଷା କରି ଦେଇଛନ୍ତି । ସବୁ ‘ଠିକ୍‌’ ଅଛି ବୋଲି ସମସ୍ତଙ୍କର ସନ୍ତୋଷ ହୋଇଛି । ଏହି ପ୍ରଥମ ଭାରତୀୟ ପ୍ରକଳ୍ପର ନିର୍ମାଣ ଓ ତତ୍ତ୍ୱାବଧାନ କରିଥିଲେ ଅଧ୍ୟାପକ ୟୁ.ଆର୍‌.ରାଓ । କୃତ୍ରିମ ଉପଗ୍ରହ ମହାକାଶକୁ ଛଡ଼ାଯିବ । ସବୁ ଠିକ୍‌ ଅଛି ବୋଲି ସେ ନିଜର ମତ ଜଣାଇଦେଲେ । ସବୁରି ମନରେ ଗଭୀର ଉତ୍କଣ୍ଠା ଆଉ ସଂଶୟ । ଏତେ ବଡ଼ ଆଶା ନେଇ ଗଢ଼ା ଏହି ଉପଗ୍ରହ