ପୃଷ୍ଠା:Krutrima upagrahara jayajatra.pdf/୪୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

41

ନାଁ ରହିଲା ଆର୍ଯ୍ୟଭଟ୍ଟ

ଏହି ସମ୍ବାଦ ସାରା ଦେଶରେ ବିଜୁଳି ପରି ଖେଳିଗଲା । ଏହି କୃତ୍ରିମ ଉପଗ୍ରହର ନାମ ରଖାଗଲା ଆର୍ଯ୍ୟଭଟ୍ଟ । ଦେଢ଼ ହଜାର ବର୍ଷ ପୂର୍ବେ ଏହି ବିଖ୍ୟାତ ଗଣିତଜ୍ଞ ଗ୍ରହ ଉପଗ୍ରହ ସମ୍ପର୍କରେ ବହୁ ନୂତନ ତଥ୍ୟ ପରିବେଷଣ କରିଥିଲେ । ସେ ପ୍ରଥମ ଭାରତୀୟ ଯେ କି ପୃଥିବୀ ନିଜ କକ୍ଷରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଛି ବୋଲି କହୁଥିଲେ । ସେ ଲେଖିଥିଲେ, "ଯେମିତି ଜଣେ ମଣିଷ ଏକ ନୌକରେ ଆଗକୁ ଭାସିଗଲେ, ସ୍ଥିର ବସ୍ତୁ ପଛକୁ ଚାଲିଯିବାର ଦେଖେ, ସେମିତି ଲଙ୍କା (ଏକ କାଳ୍ପନିକ ସ୍ଥାନ)ରେ ସ୍ଥାୟୀ ତାରକା ଗୁଡ଼ିକ ପଶ୍ଚିମ ଦିଗକୁ ଚାଲି ଯାଉଥିବାର ଜଣାପଡ଼େ ।" ଗୁପ୍ତ ସମ୍ରାଟମାନଙ୍କର ସୁବର୍ଣ୍ଣଯୁଗରେ ଆର୍ଯ୍ୟଭଟ୍ଟ କେବଳ ନିଜର ନୁହନ୍ତି, ଭାରତୀୟ ଜନସାଧାରଣଙ୍କ ଉଜ୍ଜଳ ପ୍ରତିଭାର ଅପୂର୍ବ ପରିଚୟ ପ୍ରଦାନ କରିଥିଲେ ।

ଆର୍ଯ୍ୟଭଟ୍ଟ ଉପଗ୍ରହ

ଭାରତର ବିଜ୍ଞାନୀମାନେ କୃତ୍ରିମ ଉପଗ୍ରହ ନିର୍ମାଣ କରିବାକୁ ସମର୍ଥ, ଏଥିରେ ବିଦେଶରେ ବହୁ ସନ୍ଦେହ । କିନ୍ତୁ ଆମ ଦେଶର କେତେ ବୈଜ୍ଞାନିକ ନିଜର ନିଷ୍ଠା, ପ୍ରତିଭା ଓ ପରିଶ୍ରମ ଫଳରେ ଏହି ସନ୍ଦେହକୁ ଦୂର କରି ପାରିଛନ୍ତି ।