ପୃଷ୍ଠା:Krutrima upagrahara jayajatra.pdf/୫୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପଗ୍ରହ ଏବଂ ଏହାକୁ ୧୯୮୦ ମସିହା ଜୁଲାଇ ୧୮ ତାରିଖରେ ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯାଇଥିଲା । ଏହାର ଉତ୍‌କ୍ଷେପଣ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର ନ କରି ଭାରତୀୟ ବୈଜ୍ଞାନିକଗଣ ନିଜର ଉତ୍‌କ୍ଷେପଣ ଯାନ ଏସ୍‌.ଏଲ୍‌.ଭି-୩ (SLV-3) ସାହାଯ୍ୟରେ ଏହା କରିବାରେ ସଫଳ ହୋଇଥିଲେ । ପୃଥିବୀର ଷଷ୍ଠ ଦେଶ ଭାବରେ ଭାରତ ଏହି ଗୌରବର ଅଧିକାରୀ ହୋଇପାରିଛି । ଏହା ପୂର୍ବରୁ ଋଷ୍‌, ଆମେରିକା, ଫ୍ରାନ୍ସ, ଜାପାନ ଓ ଚୀନ୍‌ ଏ ଦିଗରେ କୃତକାର୍ଯ୍ୟ ହୋଇଥିଲେ ।

ରୋହିଣୀ ଉପଗ୍ରହ ମହାଶୂନ୍ୟରେ ନିଜର କକ୍ଷ ପଥରେ ପୃଥିବୀକୁ ପ୍ରଦକ୍ଷିଣ କରୁଥିଲା । ତା ମଧ୍ୟରେ ବହୁ ପରୀକ୍ଷାନିରୀକ୍ଷା ପାଇଁ ଯନ୍ତ୍ରପାତି ଖଞ୍ଜା ଯାଇଥିଲା । ସେହି ସବୁ ଯନ୍ତ୍ର ସାହାଯ୍ୟରେ ବହୁ ମୂଲ୍ୟବାନ ତଥ୍ୟ ସଂଗ୍ରହ କରି ସେ ନାନା ସଂକେତ ଆକାରରେ ପୃଥିବୀର ମହାକାଶ ଗବେଷଣା କେନ୍ଦ୍ରକୁ ପଠାଇଥିଲା । ଏଠାରେ କମ୍ପ୍ୟୁଟର ଆଦି ଆଧୁନିକ