52
ଏହି ରକେଟ୍ ସାହାଯ୍ୟରେ ଉପଗ୍ରହଟି ମହାକାଶକୁ ପ୍ରେରଣ କରାଯାଇଥିବାରୁ ନାମକରଣ ହେଲା ଆପଲ ବା APPLE (Ariana Passengers Payload Experiment) ।
ଆପଲ୍ ଉପଗ୍ରହର ସାଫଲ୍ୟ ଆମର ଜାତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଖୁବ୍ ଉଲ୍ଲେଖଯୋଗ୍ୟ । ଏହି ଉପଗ୍ରହ ପରୀକ୍ଷା ଯୋଗୁଁ ଭାରତୀୟ ବୈଜ୍ଞାନିକଗଣ ଭୂସ୍ଥିର ଉପଗ୍ରହ ମହାଶୂନ୍ୟକୁ ପଠାଇ ତାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିଛନ୍ତି । ଏହାଛଡ଼ା ରାଷ୍ଟ୍ରୀୟ ଯୋଗାଯୋଗ କ୍ଷେତ୍ରରେ ରେଡ଼ିଓ ଓ ଟେଲିଭିଜନ ସେବାର ପ୍ରସାର ଘଟାଇ ପାରିଛନ୍ତି । ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସୀୟ ଭାଷଣ ୧୯୮୧ ମସିହା ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀ ଲାଲ୍କିଲ୍ଲାରୁ ଦେଶର ସର୍ବତ୍ର ପ୍ରଚାରିତ ହୋଇଥିଲା।
୧୯୬୭ ମସିହାରେ ତ୍ରିଭେନ୍ଦ୍ରମ୍ ନିକଟସ୍ଥ ଥୁମ୍ବାଠାରେ ଏକ ମହାକାଶ ଗବେଷଣା କେନ୍ଦ୍ର ପ୍ରତିଷ୍ଠିତ ହୋଇଥିଲା । ଏଠାରେ ରକେଟ୍ ଉତ୍କ୍ଷେପଣ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ହୋଇଛି । ଏଠାରୁ ପରିକ୍ଷାମୂଳକ ଭାବରେ କେତୋଟି ରକେଟ୍ ଉତ୍କ୍ଷେପଣ କରାଯାଇଛି । ଏଠାରେ ବିଭିନ୍ନ ପ୍ରକାର