ପୃଷ୍ଠା:Krutrima upagrahara jayajatra.pdf/୫୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରୁଛି । ବିଶେଷ ଭାବରେ ଏହା ଆମ ଦେଶର ଖଣିଜ ପଦାର୍ଥ, ପର୍ଯ୍ୟାବରଣ ଆଦି ଉପଯୋଗୀ ବହୁ ସୂଚନା ଯୋଗାଇ ପାରୁଛି ।

ଏହି ଉପଗ୍ରହ ଭୂପୃଷ୍ଠରୁ ୯୦୪ କିଲୋମିଟର ଉପରେ ରହିଛି । ଏହା ପୃଥିବୀକୁ ଏକ ଉପବୃତ୍ତାକାର ମାର୍ଗରେ ୧୦୬ ମିନିଟ୍‌ରେ ଥରେ ପରିକ୍ରମା କରୁଛି । ୨୪ ଘଣ୍ଟା ମଧ୍ୟରେ ଏହି ଉପଗ୍ରହ ୧୪ ଥର ପୃଥିବୀକୁ ପ୍ରଦକ୍ଷିଣ କରୁଛି । ପ୍ରତିଦିନ ସକାଳ ଠିକ୍‌ ଘ୧୦.୧୫ ମିନିଟ୍‌ରେ ଏହା ବିଷୁବ ବୃତ୍ତର ଠିକ୍‌ ଉପର ଦେଇ ଗତି କରୁଛି । ଏହି ଉପଗ୍ରହ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ରହିବ । ଏ ପର୍ଯ୍ୟନ୍ତ ଏହା ପ୍ରାୟ ଭାରତର ସବୁ ଅଞ୍ଚଳର ଫଟୋଚିତ୍ର ଉତ୍ତୋଳନ କରିପାରିଛି । ଏଥିରୁ ବୈଜ୍ଞାନିକଗଣ ଗବେଷଣା କରି ବହୁ ମୂଲ୍ୟବାନ ତଥ୍ୟ ସଂଗ୍ରହ କରିପାରୁଛନ୍ତି ।

ଆଇ.ଆର୍‌.ଏସ୍‌-୧ ଉପଗ୍ରହର ଦୁଇପଟେ ଦୁଇଟି ସୌର ପ୍ୟାନେଲ