ପୃଷ୍ଠା:Krutrima upagrahara jayajatra.pdf/୬୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୈଜ୍ଞାନିକମାନେ ନିଜର ବୁଦ୍ଧି କୌଶଳରେ ଏହା ସାଧନ କରିଥାନ୍ତି । ଆମେ ଜାଣୁ ଯେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ସବୁ ପଦାର୍ଥକୁ ନିଜ ଆଡ଼କୁ ଆକର୍ଷଣ କରେ । ସେଥିପାଇଁ ଉପରକୁ ଆମେ ନିକ୍ଷେପ କରୁଥିବା ପଦାର୍ଥ ଭୂପୃଷ୍ଠକୁ ଖସିପଡ଼େ । ପୃଥିବୀ ଉପରିସ୍ଥ ସମସ୍ତ ପଦାର୍ଥକୁ ସେ ନିଜ ଆଡ଼କୁ ଟାଣୁଥିବାରୁ ଭୂପୃଷ୍ଠରେ ସବୁ ପଦାର୍ଥ ରହେ । ଆକାଶକୁ ସେଗୁଡ଼ିକ ଚାଲିଯାଏ ନାହିଁ ବା ତଳକୁ ଖସିପଡ଼େ ନାହିଁ । ସୁତରାଂ ସାଧାରଣତଃ ମାଧ୍ୟାକର୍ଷଣ ଶକ୍ତିର ବନ୍ଧନକୁ ଏଡ଼ାଇ କୌଣସି ପଦାର୍ଥ ପକ୍ଷେ ମହାଶୂନ୍ୟକୁ ଯିବା କଠିନ । ଯଦି ଜୋର ଖଟାଇ ଆମେ କୌଣସି ପଦାର୍ଥକୁ ମହାକାଶକୁ ପଥାଇଥାଉ, ତାହା ପୁଣି ତଳକୁ ଖସିପଡ଼େ ।

ଯଦି ଆମେ କୌଣସି ପଦାର୍ଥକୁ ମହାଶୂନ୍ୟ ମଧ୍ୟକୁ ଠେଲିଦେବାକୁ ଚାହୁଁ, ତେବେ ତାକୁ ଖୁବ୍‌ ବଳପ୍ରୟୋଗ କରିବାକୁ ହେବ, ଯାହା ଫଳରେ