ପୃଷ୍ଠା:Matir chasi jatir padmashri.pdf/୧୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶୋଭାର ପସରା ମେଲିଗଲା । ଚଉଦିଗରେ ଆନନ୍ଦ ମଉଚ୍ଛଦ ଲାଗି ଗଲା । ସବୁରି ମୁହଁରେ ଉକୁଟି ଉଠିଲା ହସ;ଆଉ ସେହି ହସ ସାଥିରେ ଖେଲିଗଲା ବୁଢ଼ା ନାଥୀ ସଂହଙ୍କର ଜୟଗାନ।

ଅରହରାର ଉଜ୍ଜ୍ବଳ ଆଦର୍ଶ ଖଲି ସେଇ ଗ୍ରାମସଭା ବା ପଞ୍ଚାୟତ  ସମିତି ରେ ଲୁଚି ରହିଲା ନାହି । ପ୍ରଦେଶର ଉନ୍ନ୍ୟନ ସଭାରେ ଏହା  ଆଲୋଚିତ ହେଲା;ଆଉ ସବୁ ଗ୍ରାମ ସଭା ଏଇ ଆଦର୍ଶରେ  କାମ କରିବାକୁ କୁହାଗଲା । ଅରହରା ଗାଁ ର  ସଫଳ କାହାଣୀ କୁ ରୂପଦେଇ ଅନେକ ଚିତ୍ରପତ ତିଆରି କରାଗଲା । ରାଜ୍ଯର ପ୍ରାୟ ଅଠରହଜାର  ଗ୍ରାମ ସଭାକୁ ପଠାଗଲା ।  ନାଥିସିଂଙ୍କର ସ୍ପପ୍ନ ସାରା ରାଜ୍ଯ ରେ ରୁପ ନେଲା ।  ଶେଷରେ ଏହା ଉପରେ ଭାରତ  ସରକାରଙ୍କ ଆଖି ପଡ଼ିଲା । ଜାତି ତରଫରୁ ନାଥୀସିମଙ୍କୁ ସମ୍ମାନ ଦିଆଗଳା ।