ପୃଷ୍ଠା:Matir chasi jatir padmashri.pdf/୨୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏବେ ଶ୍ରୀନିବାସନ୍ ଆଊ କ୍ଷେତର କାମଦାମ ଓ ଊନ୍ନତି କରିବା ପାଇଁ ବାପାଙ୍କ ଧନ ଊପରେ ନିର୍ଭର କରୁନାହାନ୍ତି। ସବୁ ମୂଲ ମଜୁରୀ ଆଉ ଅନ୍ୟାନ୍ୟ ଖର୍ଚ୍ଚ ବାର୍ଚ୍ଚ ଯାଇ ସେ ଶହ ଶହ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କ ଆୟର ବଡ ଭାଗ ଜାଳେଣି କାଠ ବିକି ପାଇ ପାରୁଛନ୍ତି । ବର୍ଷକୁ ଯାହା ଧାନ ପାଊଛନ୍ତି, ସେଥିରେ ତାଙ୍କର ପରିବାରଟି ସୁରୁଖୁରୁରେ ଚଳି ଯାଊଛନ୍ତି । ଫଳ ବିକି ସେ ମଧ୍ୟ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଅନେକ ମେଣ୍ଡା ମଧ୍ୟ ସେ ବିକି ଭଲ ଆୟ କରୁଛନ୍ତି।

                                                                        ଚିତ୍ର                                                                

୧୯୫୭ ରୁ ୧୯୬୭ ଏଇ ଦଶବର୍ଷ ଭିତରେ ଶ୍ରୀନିବାସନ୍ ଆଗରୁ କିଛି ତାଲିମ ଓ ଅଭିଜ୍ଞତା ନ ଥାଇ ଚାଷବାସ, ପଶୁପକ୍ଷୀ ପାଳନରେ ଯେପରି ସଫଳତା ଅର୍ଜନ କରିଛନ୍ତି ତାହା ସମସ୍ତଙ୍କର ଆଦର୍ଶ ଓ ଅନୁକରଣର କଥା । ଏହି ସାଫଲ୍ୟର ମୂଳରେ ରହିଛି ନିଜ କାର୍ଯ୍ୟ ପାଇଁ ଗଭୀର ନିଷ୍ଠା, ନୂତନ ଚିନ୍ତା ଆଉ କଠିନ ପରିଶ୍ରମ । ଯଦି ମୂଲିଆ