ପୃଷ୍ଠା:Matir chasi jatir padmashri.pdf/୨୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଛାଡ଼ି ଦିଅନ୍ତି । ଶେଷରେ ସେମାନଙ୍କୁ କଂସେଇକୁ ବିକିବା ସାର ହୁଏ ।

ତେଣୁ କ'ଣ କଲେ ଭଲ ହେବ ପଚାରିଲେ ସେ କ‌ହ‌ନ୍ତି - ମୋର ଦୃଢ଼ ଧାରଣା ଯେ ଯଦି କେହି ଭଲ ଗୋରୁ ଗାଈ ରଖି ଲାଭବାନ ହେବାକୁ ଇଚ୍ଛା କରିବ, ସେ ଅନ୍ୟ ଭଲ ଜାତିଆ ଦେଶୀ ଗାଈ କିଛି ରଖିବେ । ସରକାରୀ ଗାଈ ଫାର୍ମରୁ କେତୋଟି ଜାତିଆ ଦେଶୀ ଗାଈ ବା ଛଡ଼ା କିଣିଲେ ଭଲ । ସେମାନେ ବଢ଼ିଗଲେ ହରିଆନା ଷଣ୍ଢ ଲଗାଇ କିମ୍ବା ଇଞ୍ଜେକ୍‌ସନ ଦେଇ ସେମାନଙ୍କଠାରୁ ଭଲ ବାଛୁରୀ ମିଳି ପାରିବ । ସେମାନଙ୍କୁ ନେଇ ଭଲ ଖୁଆଡ଼େ ଗାଈ କରିହେବ । ସେମାନଙ୍କଠାରୁ ବ‌ହୁତ କ୍ଷୀର ମଧ୍ୟ ମିଳିବ । ଏ ଭଳି ଦୋମିଶା ଗାଈ ଦିନ‌କୁ ପ୍ରାୟ ୨୦।୩୦ ଲିଟର କ୍ଷୀର ଦେବେ । ଯତୀନ୍ଦ୍ର ନାଥ ହିସାବ କରି ଦେଖିଛନ୍ତି ଯେ ଦଶମାସ ଧରି କ୍ଷୀର ଦେଲେ ଗୋଟିଏ ଗାଈଠାରୁ ପ୍ରାୟ ତିନିହଜାର ଟଙ୍କା ମିଳିବ । ଗାଈଗୁଡ଼ିକର ଭଲ ଯତ୍ନ ନେଲେ ସେମାନଙ୍କୁ ଉପ‌ଯୁକ୍ତ ଭାବରେ ଖାଦ୍ୟ ପାନୀୟ ଯୋଗାଇଲେ ସ୍ୱାସ୍ଥ୍ୟକର ସ୍ଥାନରେ ରଖିଲେ ଆଉ ବେମାରରେ ପଡ଼ିଲେ ସେମାନଙ୍କର ଚିକିତ୍ସା କଲେ ଆମେ ନିଶ୍ଚୟ ଲାଭବାନ ହେବା । ମୁଁ ଏଇପରି ୧୦୦ଟି ଜାତିଆ ଗାଈ ରଖିବାକୁ ପ୍ରସ୍ତାବ କରିଛି ।

ଯତୀନ୍ଦ୍ରନାଥ ଜଣେ ପ୍ରକୃତ ଚାଷୀ । ଜମିକୁ ଚାହିଁ ସେ ଯାହା ଚାଷ କରିବା ଠିକ୍ ତାହା କରିଥାନ୍ତି । ପ୍ରଥମେ ସେ ତାଙ୍କ ଗୋରୁଙ୍କ ଖାଦ୍ୟ ପାଇଁ ଯାହା ଦରକାର ତାହା କରୁଥିଲେ ।