ଗ୍ରାମର ଲୋକଙ୍କ ମଧ୍ୟରୁ ଜଣେ କହିଲେ - କାହିଁକି? ସରକାରଙ୍କୁ ପଚାରୁନ, ସେ ତାର ଉତ୍ତର ଦେବେ । ଆମକୁ ତ ଜମା କିଛି ମିଳୁ ନାହିଁ ।
ତା'ପରେ ଲୋକେ ସରକାରଙ୍କ ବିରୁଦ୍ଧରେ ବିଷୋଦ୍ଗାର କଲେ । ଅସୁମାରି ଅଭାବ ଅଭିଯୋଗ ବାଢ଼ିବାରେ ଲାଗିଲେ ।
ଖୁସ୍ବନ୍ତ ସିଂହ କହିଲେ - ଆପଣମାନେ ତ ଭଲ ସାର, ବିହନ ଆଉ କୀଟନାଶକ ଔଷଧ ଆଦି ପାଉଥିବେ ?
କିନ୍ତୁ ସେମାନେ ତାଙ୍କର ସବୁ ପ୍ରଶ୍ନର ଉତ୍ତର ସେଇ ଦୁଇ ତିନି ପଦରେ ଦେଇ ପକାଇଲେ - "ବାବୁ, ଖାଲି ସବୁ କାଗଜ କାରବାର, ଫାଇଲ ଚାଷରେ ସବୁ ହୋଇଛି ।" ବଡ଼ ରୋକ୍ଠୋକ ଭାବରେ ସେମାନେ ବଢ଼ାଇଦେଲେ । ସେମାନଙ୍କୁ ମଧ୍ୟ ଲେଖକ ଯେତେବେଳେ ପଞ୍ଚାୟତ, ବିଦ୍ୟାଳୟ ଆଉ ସହଯୋଗୀ ଅନୁଷ୍ଠାନ ଜରିଆରେ ସେମାନଙ୍କର ଚେଷ୍ଟା କିପରି ଚାଲିଛି ପଚାରିଲେ, ସେମାନେ ସେମିତି ସେଇ ଦୁଇପଦିଆ ଉତ୍ତର ଦେଲେ - "କାଗଜ କାରବାର ।"
ତା'ପରେ ଲେଖକ ଚା'ଖଟି ଛାଡ଼ି ଗାଁ ଭିତରକୁ ଚାଲିଲେ । ଗାଁର କଚା ରାସ୍ତାର ଧୂଳି ଆଉ ଖୋଲା ନାଳର ପଚା ଗନ୍ଧ ତାଙ୍କୁ ବଡ଼ ଅତିଷ୍ଠ କଲା । ପ୍ରକୃତରେ ତାଙ୍କୁ ଏମିତି ଲାଗିଲା ଯେ ଯଦି ସେ ଗାଁରେ ପଞ୍ଚାୟତ ଥିବ, ତେବେ ତାହା ନାମକୁ ମାତ୍ର କେବଳ କାଗଜପତ୍ରରେ ହିଁ ରହିଥିବ ।