ପୃଷ୍ଠା:Matir chasi jatir padmashri.pdf/୩୩

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

(୨୯)

କ୍ଷେତବାଡି ସବୁ ସେମିତି ଅବହେଳା ଅସନ୍ତୋଷର ସୁଚନା ଦେଉଥିଲା । ଟାଙ୍ଗର ଭୁଇଁରେ ଠିଆ ଫସଲ କେଉଁ ଠି ଝାଉଁଳି ପଡିଥିଲା ତ, କେଉଁଠି ଶୁଖି ଝାଟି ପରି ରହିଥିଲା।

ଛବି

ଅଳ୍ପସମୟ ପରେ ସେ ଆର ଗାଁଟିକୁ ଗଲେ। ଜଣେ ଲୋକ ଠିକ୍ ସେତେବେଳେ ଟ୍ରାକ୍ଟରଟିଏ ଚଳାଇ ଗାଁ ଭିତରକୁ ଚାଲି ଯାଉଥିଲେ। ସେ ହେଉଛନ୍ତି ସେଇ ଗାଁର ସରପଞ୍ଚ। ଲେଖକଙ୍କୁ ଦେଖି ସେ ତରତର ହୋଇ ଯାଉଥିବାର ଜଣାପଡୁଥିଲା। ସେ ଟ୍ରାକ୍ଟରକୁ ବନ୍ଦକରି ଦେଇ କହିଲେ-"ମୋର ଆଜି ବହୁତ ବିଳମ୍ବ ହୋଇଥିଲା। ହଳ କରିବାକୁ ଏବେ ଯାଉଥିଲି।"

ଲେଖକ କ୍ଷମା ମାଗିନେଇ ତାଙ୍କର ଆସିବା ଉଦ୍ଦେଶ୍ୟ କହିଲେ।