ପୃଷ୍ଠା:Matir chasi jatir padmashri.pdf/୩୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଭଲ ଚାଷ କରି ଆଦର୍ଶ ସବୁରି

କେରଳର ଜଣେ ଚାଷୀ । ତାଙ୍କର ନାମ ମାଧବନ୍ ନାୟାର । ଓଟାପାଲମ୍ ଠାରେ ତାଙ୍କର ଘର । ସେଇଠି ତାଙ୍କର କ୍ଷେତ । ସେ ଆଜି ଯେତେ ଫସଲ ଫଳାଇ ପାରୁଛନ୍ତି ଆଉ ନୂଆ ନୂଆ ଢଙ୍ଗରେ ଚାଷ, ଜଳସେଚନ କରିବାର ଯେଉଁ ବୁଦ୍ଧି କୌଶଳ ଦେଖାଇଛନ୍ତି,ସେଥିପାଇଁ ତାଙ୍କୁ ଦେଶର ଜଣେ ଶ୍ରେଷ୍ଠ ଚାଷୀ ବୋଲି କୁହାଯାଉଛି ।

ମାଧବାନ୍ ନାୟାରଙ୍କର ଅଠର ଏକର ଧାନ ଜମି । ସେଥିରେ ଭଲ ଧାନ ବିହନ ବୁଣି ଆଉ ଭଲ ଭାବରେ ଚାଷ କରି ସେ ଏକର ପିଛା ୩ ହଜାରରୁ ୪ ହଜାର କିଲୋଗ୍ରାମ ଧାନ ଫଳାଉଛନ୍ତି । ଆସନ୍ତା ବର୍ଷ ଏକର ପିଛା ସାତ ହଜାର କିଲୋଗ୍ରାମ ଧାନ ଆଦାୟ କରିବାକୁ ଚେଷ୍ଟା ଚାଲିଛି । କିନ୍ତୁ ତାଙ୍କର ଆଶା ଆହୁରି ଉଚ୍ଚରେ । ସ୍ୱପ୍ନ ତାଙ୍କର ଖୁବ୍ ଦୂରରେ । ଅଳ୍ପ କେତୋଟି ବର୍ଷରେ ସେ ଏକରକୁ ପ୍ରାୟ ୨୦ ହଜାର କିଲୋଗ୍ରାମ ଧାନ ଅମଳ କରିପାରିବେ ବୋଲି ଭାବିଛନ୍ତି ।