ପୃଷ୍ଠା:Matir chasi jatir padmashri.pdf/୪୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିଜେ ଗୋଟିଏ ଜଳଭଣ୍ଡାର ତିଆରି କଲେ । ଦ୍ୱିତୀୟ କଥା ହେଲା ଭଲ ବିହନ। କେରଳରେ ମିଳୁଥିବା ସବୁଠୁଁ ଭଲ ଧାନ ବିହନ ଯୋଗାଡ କରିଥିଲେ । ତୃତୀୟ କଥା ହେଲା ଠକ୍ ରୀତିରେ ସାର ଦେବା । କେଉଂ ଜମିରେ କେତେ ସାର ଆଉ କେତେ ପାଣି ଦେଲେ ଭଲ ହେବ ସେ ପରୀକ୍ଷା କରି ଦଖନ୍ତି । ନିଜ କ୍ଷେତି ମଧ୍ୟରେ ସବୁଜ ସାର ତିଆରି କରି ଦେବାରେ ତାଙ୍କର ଭାରି ଝୁଙ୍କ । ସେ ଆଗରୁ ବର୍ଷକ ଭିତରେ ଦୁଇଟି ଫଷଲ ଆଦାୟ କରୁଥିଲେ । ଏବେ ଆଉ ଗୋଟିଏ ଫସଲ କରିବାକୁ ସେ ଠିକ୍ କଲେଣି । ଏବେ ସେ ହିସାବ କରି ଦେଖିଛ୍ନନ୍ତି ଯେ ଏକର ପି ଛା ତାଙ୍କର ଖର୍ଛ ହୁଏ ୫୦୦ ଟଙ୍କା । ଏହା ଛଡା ପୁଣି ନଡା ବିକି ସେ କିଛି ଟଙ୍କା ପାଇଥାନ୍ତି । ମାଧବନ୍ ଙ୍କ କ୍ଷେତରେ ସବୁଠୁଁ ମଜା କଥା ହେଲା ତାଙ୍କ ଦ୍ୱାରା ତିଆରି ହୋଇଥିବା ମାଟିତଳ ପାଣିଟାଙ୍କି । ଗୋତିଏ ବଡ କୂଅ ଥିଲା ଯେ ତାର ପାଣି ଚାରି ପାଞ୍ଛ ବର୍ଷ ହେଲାଧରି ଶୁଖି ଯାଉଥିଲା । ସେ ମାଟି ଭିତରେ କାନ୍ଥ ତିଆରି କଲେ । ସେ କାନ୍ଥ ଲମ୍ବ ୨୫୦ ଫୁଟ, ଆଉ ଉଚ୍ଚତା ୧୦ ଫୁଟ । ଉପର ମାଟି ସ୍ତରଠାରୁ ତଳକୁ ଏକପ୍ରକାର ପଥୁରିଆ ପତ୍ତନ ଉପରେ ଏହା ଗଢାଯାଇଥିଲା । ତେଣୁ ଅତି ଖରାଦିନେ ମଧ୍ୟ କାନ୍ଥଦ୍ୱାରା