ପୃଷ୍ଠା:Matir chasi jatir padmashri.pdf/୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୫ )

ଗ୍ରାମ ଅଧିକ ଶସ୍ୟ ଉତ୍ପାଦନ କରିବାକୁ ଶପଥ ନେବେ । ଗୋଠ ମାତିଲେ ଖଣ୍ଡିଆ ମାତି ଉଠିବେ ।

ଜାନକୀନାଥ କହିଲେ ତା ହେଲେ ଅଧିକ ଉତ୍ପାଦନ ପାଇଁ ଆମକୁ ବ୍ଲକ ସ୍ତରରେ ଗୋଟିଏ ଯୋଜନା କରିବାକୁ ହେବ ?

ବୁଢ଼ା ନାଥୀ ସଂହ ଉତ୍ତର ଦେଲେ- ହଁ, ମୁଁ ତ ସେଇୟା ଭାବୁଛି । ସବୁରି ମନନେଇ ଯୋଜନା କଲେ ଜମା ବିଫଳ ହେବ ନାହିଁ । ଲୋକମାନଙ୍କ ବଳରେ ମୋର ଭାରି ଆସ୍ଥା ଅଛି, ବିଶ୍ୱାସ ଅଛି । ଜନତା ଜନାର୍ଦ୍ଦନ ଚେଇଁ ଉଠିଲେ ଜମିରୁ ଅଧିକ ଫସଲ କ'ଣ, ସୁନା ଫଳିବ !

ସେଦିନ ସଞ୍ଜରେ ଆରହର ଗ୍ରାମସଭାର ବୈଠକ ବସିଲା । ପ୍ରତ୍ୟେକ ଲୋକ ନାଥି ସିଂହ କଥାକୁ ପସନ୍ଦ


କଲେ । ନିଜ ପାଇଁ ଯାହା ଭଲ, ଯେଉଁ ଥିରେ ସବୁରି ମଙ୍ଗଳ, ସେକଥା ବା କାହାକୁ ଭଲ ଲାଗିବ ନାହିଁ । ଏ ବର୍ଷ