ପୃଷ୍ଠା:Netrutya O Netrutwa.pdf/୧୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସିଂହଭୂମିରେ ଶୃଗାଳ


ଗୋଟା ଦୁନିଆ ଯେ ଆଜି ହୁ ହୁ ବଦଳିବାରେ ଲାଗିଛି,ଦୂରକୁ ନ ଯାଇ ଏହି ଇତିହାସମୟ ଓଡିଶା ପ୍ରଦେଶକୁ ଚାହିଁଲେ ହିଁ ତାହା ବେଶ୍ ବୁଝାଯାଏ। ୧୯୩୬ ମସିହା ପ୍ରାରମ୍ଭ ଭାଗରେ ଓଡିଶା ଯାହା ଥିଲା ସେତେବେଳେ, ଆଜି ୧୯୩୭ ମସିହା ମଝିରେ ତାହାର ଅବସ୍ଥା ଗଣନା କରି କେହି ଗଣକ କହି ନ ଥିଲେ । ଆଉ କଥା ତେଣିକି ଆଉ, ଓଡିଶାର ଚେହେରା ବୋଲି ସେତେବେଳେ କିଛି ନ ଥିଲା, ଆଜି ତାହା ଘଟିଛି । ସେତିକି ନୁହେ- ସେ ଚେହେରା ପୁଣି ଭାରତୀୟ ଚେହେରା ସଙ୍ଗେ ନିଜ ଟେକ ରଖିବାର ସୂଚନା ଦେଇଚି,ଭାରତର ସର୍ବଶ୍ରେଷ୍ଠ ରାଜନୈତିକ ପୋଷାକ ପିନ୍ଧି ଉଭାହୋଇଚି। ଏ ପ୍ରଦେଶର ରୀତିମତ ଆଧୂନିକ ଧରଣ ପତ୍ର ପତ୍ରିକା ଥିଲେ ତାହାର ବ୍ୟଙ୍ଗ ଶିଳ୍ପୀ (cartoonist) ନାନା ରୂପେ ଏହି ନୂଆ ଚେହେରାର ଚିତ୍ର ଆଙ୍କିଥାନ୍ତେ ।

ମୁଁ ଯଦି ବ୍ୟଙ୍ଗଶିଳ୍ପୀ ହୋଇଥାନ୍ତି, ତା'ହେଲେ ଆଗ ଓଡିଶାକୁ ମୁଣ୍ଡହୀନ କରି ତାହାର ବେକ ଉପରେ ଏକ ଗାନ୍ଧିଟୋପି ଏବଂ ତାହାର କଙ୍କାଳ ଉପରେ ଏକ ଜବାହରଲାଲି ପତୁଆ ପିନ୍ଧାଇ ଦିଅନ୍ତି । ତାହାର୍ ଉତ୍ତରପଟେ ଯେଉଁଠି ସିଂହଭୂମି, ସେଠାରେ ଗୋଟେ ମଶାଣିର ଚିତ୍ର ଆଙ୍କି ଦିଟା ମଣିଷ ଦେହରେ ବିଲୁଆ