ପୃଷ୍ଠା:Netrutya O Netrutwa.pdf/୧୧୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁଃଖ କ‌ହିବି କି ସୁଖ କ‌ହିବି

ଦାୟୀ କିଏ ?

ଏ କ୍ଷଣି ପୃଥିବୀର ନାନା ଧର୍ମ ଭିତରେ ହିନ୍ଦୁ ବୋଲି ଯେଉଁମାନେ ପରିଚିତ, ସେମାନଙ୍କ ପୌରାଣିକ କାବ୍ୟ ରାମାୟଣରେ ଅଛି -ରାମ ରାଜତ୍ୱ ସମୟରେ ଜଣେ ବ୍ରାହ୍ମଣର ପୁଅଟିଏ ଅକାଳରେ ମରିଗଲା । ଏମିତି ଅସ୍ୱାଭାବିକ ଘଟଣା ପାଇଁ ବୁଦ୍ଧିମାନ ବ୍ରାହ୍ମଣ ରାଜାଙ୍କୁ ହିଁ ଦାୟୀ ସ୍ଥିର କଲେ । ହିନ୍ଦୁର ଆଦରାଶ ରାଜା ରାମଚନ୍ଦ୍ର ଏ ଅପ୍ରାକୃତିକ ଘଟଣାର କାରଣ ସ୍ୱରୂପ ତାଙ୍କ ରାଜ୍ୟରେ ଜଣେ ଶୂଦ୍ର ତପସ୍ୟା କରୁଥିବାର ଜାଣି ପାରି ବ୍ରାହ୍ମଣଙ୍କ ଦୁର୍ଭାଗ୍ୟର ପ୍ରତିକାର ଲୋଡ଼ି ପ‌ହିଲେ ଅନ‌ଧିକାର ଚର୍ଚ୍ଚା କରୁଥିବା ଉକ୍ତ ଶୂଦ୍ର ମୁନିଙ୍କ ବେକ କାଟି ଥିଲେ । ହିନ୍ଦୁ ତୁଣ୍ତରେ 'ରାମରାଜ୍ୟ' ବୋଲି ଯେଉଁ କଥା ଶୁଣାଯାଏ, ସେ ରାଜୁତିରେ ଶୂଦ୍ରଙ୍କର ଏମିତି କାମ ପାଇଁ ଉକ୍ତ ଦଣ୍ତ ବିହିତ ଥିଲା ।

ବୈଶ୍ୟଙ୍କର ଏମତି ଅପରାଧ ଯୋଗୁଁ ବେକ କାଟ ବା ଆଉ କିଛି ଶାସ୍ତି ଥିଲା କି ନାହିଁ, ଜଣା ନାହିଁ । ତାହା ହୋଇଥିଲେ ଏବଂ ବର୍ତ୍ତମାନ ୧୯୩୭ ମସିହା ଶେଷରେ ଭାରତରେ ରାମରାଜ୍ୟ ବିରାଜିତ ଥିଲେ, ବୋଧହୁଏ ସବା ଆଗ ବୈଶ୍ୟକୁଳଜାତ ମୋହ‌ନ ଦାସ