ପୃଷ୍ଠା:Netrutya O Netrutwa.pdf/୧୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସିଂହଭୂମିରେ ଶୃଗାଳ

ଶାଗୁଣାଙ୍କ ମୁହଁ ପୋଡ଼ି ଦିଅନ୍ତି ଏବଂ ମେଦିନୀପୁରର କଣ୍ଟାଇ ସବ୍‌ଡିଭିଜନ ଉପରେ ଖାଲି ଦରପୋଡା କାଠ ଓ ଯୂଈ ଗାତ ଛଡା ଆଉ କିଛି ରଖନ୍ତି ନାହିଁ । କାରଣ ଓଡିଶା ପ୍ରଦେଶର ବର୍ତ୍ତମାନ ଚିତ୍ର ମନେ ପକାଇଲେ, ତାର ଚୌହଦି ‌ମନେ ପଡ଼େ ଏବଂ ଏହି ଚୌହଦିରେ ଓଡ଼ିଆ ଜାତୀୟତାର ଯେଉଁ ମଶାଣି ପଡ଼ିଚି, ତାହା କାହାରି ଆଖିକୁ ସ‌ହଜରେ ଏଡ଼ି ଯିବ ନାହିଁ ।

ମେଦିନୀପୁର ସବ୍‌ଡି‌ଭିଜନକୁ ଏ ରୂପେ ଚିତ୍ରଣ କରିବାର କାରଣ ସୁସ୍ପଷ୍ଟ । ସିଂହଭୂମିରେ ବିଲୁଆ ଚିତ୍ର ଦେବାର ଅର୍ଥ ସେପଟୁ ଓଡ଼ିଆ ଜାତୀୟତାର ଯେଉଁ କ୍ଷୀଣ ଶବ୍ଦଟିକ ଶୁଭୁଚି, ତାହା ଏହି ଜାତୀୟ ଜୀବର ଅବା ଅଣଚାଶ ବୋହିବାର, ସେ କଥା ସ୍ଥିର ନ ହେଲେହେଁ ଏମିତି ଗୋଟାଏ କିଛି ରୂପେ ତାକୁ ଧରିନେଲେ ଅନ୍ୟାୟ ହେବ ବୋଲି ମନେ ହୁଏ ନାହିଁ ।

ଅବଶ୍ୟ ଏହି ଶବ୍ଦ ବର୍ତ୍ତମାନ ଓଡ଼ିଶାର କଂଗ୍ରେସ ସରକାର କାନରେ ବାଜିଥିବାର କିଛି ଲକ୍ଷଣ ଦେଖାଯାଇ ନାହିଁ । ଏହାର କାରଣ ସ୍ୱରୂପ ତାହା ବ୍ରିଟିଶ ସିଂହର ଗର୍ଜନରେ ଅବା ବଡ଼ ବଡ଼ ରାଜନୈତିକ ସ୍ଲୋଗାନ ଶୁଣି ତାବଦା ଧରି ଯାଇଥିବ । ଆଉ ଗୋଟେ ଅସଲ କାରଣ ଏହି ଯେ ଓଡ଼ିଶାକୁ ଅଲଗା ପ୍ରଦେଶ କରିବାରେ କିମ୍ବା ପ୍ରାକୃତିକ ଓଡ଼ିଶାର ଏକତ୍ରୀକରଣ ପାଇଁ ଓଡ଼ିଶା ଭିତରେ ସବୁ ରକମ ରାଜନୈତିକ ବା ରାଜାନୁଗତ ଦଳର ଚେଷ୍ଟା ଯେପରି କ୍ଷୀଣ, ଦୁର୍ବଳ, ପରୋକ୍ଷ ଓ ତୁଚ୍ଛ, ଭାଷାସୂତ୍ରରେ ପ୍ରଦେଶ ଗଢ଼ିବାପାଇଁ ଭାରତ-ଜାତୀୟ-କଂ‌ଗ୍ରେସର ମତ ଥିଲେହେଁ ଓ ଉତ୍କଳକୁ ଗୋଟିଏ ଅଲଗା ପ୍ରଦେଶ ରୂପେ ଏହା ବିଚାରିଥିବାର ଶୁଣାଗଲେହେଁ, ନୂଆ ଶାସନ ଖସଡ଼ାରେ ଏ ପ୍ରଦେଶର ଫରକ