ପୃଷ୍ଠା:Netrutya O Netrutwa.pdf/୧୨୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଦୂଃଖ କହିବି କି ସୁଖ କହିବି ୧୨୩

ମାତ୍ର ଚାରିଭାଗରୁ ଭାଗେ । ଫ୍ରାନସକୁ ଛାଡିଦେଲେ ୟୁରୋପ ବା ଆମେରିକାର ସବୁ ରକମ ସରକାରୀ ଦଳ ରହିଥିଲେ ହେ଼ଁ ନିଜ ଦଳର ସଂଖ୍ୟା ଅଧିକ ନ ଥିବାରୁ ଆଉ କେଉଁ ସରକାରକୁ ଅଧିକାର କରିବାକୁ ସେମାନେ ସମର୍ଥ ହୋଇନାହାନ୍ତି ।

ଏକତନ୍ତ୍ରବାଦର ବିଜୟ -

ତେବେ ଦେଖିବାକୁ ଗଲେ ପ୍ରାୟ ସବୁ ଦେଶରେ ହିଁ ଆନ୍ତର୍ଜାତିକତାକୁ ଫୁତ୍କାରରେ ଉଡ଼ାଇ ଦେଇ ଜାତୀୟ ସରକାର ପ୍ରତିଷ୍ଠା ପାଇଁ ପ୍ରବତ ଉଦ୍ୟମ ଚାଲିଛି । ଜାତୀୟ ସରକାର ହିଁ ଚରମ ସତ୍ୟ, ଯେଉଁମାନଙ୍କୁ ଘେନି ଏହି ସରକାର ତିଆରି, ସେହି ବ୍ୟକ୍ତି ବା ସମାଜଠାରୁ ମଧ୍ୟ ଏହା ଅଧିକ ଜୀବନ୍ତ ଓ ବାସ୍ତବ । ଅର୍ଥାତ ସାମ୍ରାଜ୍ୟବାଦର ଏହା ସାନ ଭାଇ । ଫରକ ଭିତରେ ଫାସିଜିମ ଖାଲି କୃଷକ ଓ ଶ୍ରମିକମାନଙ୍କ ସଙ୍ଗେ ଧନିକମାନଙ୍କର ଗୋଟେ ସାଲିସ୍ ପ୍ରସ୍ତାବ କରେ । ପୁଣି, ଫାସିଜିମର ବିଜୟ ଅବଶ୍ୟମ୍ଭାବୀ, କାରଣ ପରାଜୟ ବୋଲି ଏହାର କୌଣସି ଅବସ୍ଥା ନାହିଁ । ସାମ୍ୟବାଦ ପରି ଏହାର ପୂର୍ବରୁ କିଛି ଧାରାବାହିକ ଆଦର୍ଶ, ନୀତି ବା ଦର୍ଶନ ନ ଥିଲା, ଯେଉଁ ନିକ୍ତିରେ ଜୟ ପରାଜୟ ଓଜନ କରାଯାଇ ପାରେ । ଆଦର୍ଶ, ନୀତି ବା ଦର୍ଶନ ବରଂ ଏହାକୁ ଅନୁସରଣ କରିଅଛି । ଏହି ଦିଗରୁ ହିଁ ଫାସିଷ୍ଟ ଦାର୍ଶନିକମାନ ଏକତନ୍ତ୍ର-ବାଦକୁ (Fascism) ସାମ୍ୟବାଦ ତୁଳନାରେ ଅଧିକ ପ୍ରାକୃତିକ ବୋଲି ଦର୍ଶାଇଥାନ୍ତି । କାରଣ ସେମାନଙ୍କ ମତରେ ମଣିଷର କାର୍ଯ୍ୟ କଳାପ ପଛରେ ସାଧରଣତଃ ତାହାର ନୀତି, ଆଦର୍ଶ ବା ଦର୍ଶନ ଗୋଡ଼ାଇବାର