ପୃଷ୍ଠା:Netrutya O Netrutwa.pdf/୧୫୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଇତିହାସ ତିଆରି

'ଧିକ୍ ତୁମକୁ ! ଏ ଜାତିର ଅଭିଶାପ ତୁମ ଉପରେ ପଡ଼ୁ'
'କେବେ ହେଲେ ତ ମୁଁ କାହାରିଠାରୁ କୃତଜ୍ଞତା ଲୋଡ଼ି ନାହିଁ । ମୋତେ ତୁମେ ବିରୂପ ବିକଳାଙ୍ଗ କରି ଯେତେ ଇଚ୍ଛ ନିଜ କାମରେ ଖଟାଇ ନେଇଚ । ଗାଁ ଗାଁ ଘର ଘର ବୁଲାଇ ଫସଲକୁ ତିନି ଫସଲ କାଟିଚ । ମାଛ ଖାଇବାଠାରୁ ମଡ଼ା ପୋଡ଼ିବା ଯାଏ ଯେତେ ସୁବିଧା ଆଦାୟ କରିପାର କାହିଁରେ ହେଳା କରି ନାହିଁ ତଥାପି ମୋର ଆଉ ସ୍ୱାତନ୍ତ୍ର୍ୟ ବୋଲି ଟିକିଏ କିଛି ନାହିଁ ।
'ତୁମ ସ୍ୱାତନ୍ତ୍ର୍ୟର ଅର୍ଥ ଲକ୍ଷ ଲୋକର ଆତଙ୍କ ହାହାକାର, ଘର ସଂସାର ଉଚ୍ଛନ୍ନ |'
'ମୁଁ କିନ୍ତୁ ଲକ୍ଷ ଲୋକଙ୍କୁ ଘର ସଂସାର କରିବାକୁ ତ କଦାପି କହି ନ ଥିଲି |'
'ତୁମେ ଏ ଦେଶର କଳଙ୍କ,ଏ ଜାତିର ସଂହାର ।"
'ଗୋପବନ୍ଧୁ ! ଟିକିଏ ଭାବି ଚିନ୍ତି ଶବ୍ଦ ବ୍ୟବହାର କର । କାରଣ ମୋହର ପରି ତୁମର ମଧ୍ୟ ଓଡିଶାରେ ନେତୄତ୍ୱ ଅଛି । ମୋହର ପରି ତୁମେ ମଧ୍ୟ ଏ ପ୍ରଦେଶର ଦିନେ ଏକ ବଡ଼ ଖବର