ପୃଷ୍ଠା:Netrutya O Netrutwa.pdf/୧୫୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୧

ଇତିହାସ ତିଆରି

ସୁବିଧା ଓ ଶସ୍ତା ବାଟ ଖୋଲି ଦେଉଛୁଁ । ତେଣୁ ମୋ ମତରେ ପୁରୀରେ ତୁମର ରାଜଧାନୀ ହେବା ଉଚିତ ।'

ରାଜଧାନୀ କେଉଁଠି ହେବ ସେଥିପାଇଁ ମୁଁ ଭାବିତ ନୁହେ | କଟକରେ ହେଉ, ଚୌଦ୍ୱାର, ବାରଙ୍ଗ ଓ ପୁରୀରେ ହେଉ; ଏପରି କି ଖାଲି ରଙ୍ଗେଇଲୁଣ୍ଡା ବା ଖୋର୍ଦ୍ଧାରେ ନୁହେ, ଏ ପ୍ରଦେଶରେ ସବୁଠାରେ ରାଜଧାନୀ ହେଉ ।* ରାଜଧାନୀକୁ ଓଡିଶାର ଭଗବାନ ରୂପେ ଗ୍ରହଣ କରିବାକୁ ମଧ୍ୟ ମୁଁ ପ୍ରସ୍ତୁତ । ଭଗବାନଙ୍କ ପରି ରାଜଧାନୀ ମଧ୍ୟ 'ସବୁଠାରେ ଅଛନ୍ତି ଓ କେଉଁଠାରେ ନାହାନ୍ତି' ବୋଲି ଭବିବା ପାଇଁ ମୁଁ ରାଜି । ମୋହର ହଜାର ହଜାର ଦେଶବାସୀ ଘର ଦ୍ୱାର, ଚାଷ ବାସ, ଗୋରୁ ଗାଈ, ପିଲା କୁଟୁମ୍ବ ମୂର୍ଚ୍ଛି ଦେଇ ନିଜ ଦୁଃଖ ଗୁହାରି ଶୁଣାଇବାକୁ ଧାଇଁବେ ବୋଲି ଯେଉଁ ରାଜଧାନୀର ପ୍ରୟୋଜନ, ସେଥିରେ ମୋହର ବିଶ୍ୱାସ ନାହିଁ । ମୁଁ ବୁଝେଁ ସେହି ରାଜଧାନୀ, ଯାହା ପ୍ରତି ଲୋକର ଘରକୁ ଆପେ ଧାଇଁବ ‌-କାହା ଘର ମରାମତର ଅଯୋଗ୍ୟ, କାହା ଚୁଲୀକୁ କେତେ ଦିନୁଁ ଜାଳ ଯାଇ ନାହିଁ, ଏ ଦେଶର କେତେ ପିଲା ବିନା ରୋଗରେ ବା ବିନା ଔଷଧରେ ମରନ୍ତି-ସବୁରି ଖବର ଯେ ରଖିବ- ମୁଁ ଖାଲି ସେହି ରାଜଧାନୀ ହିଁ ବୁଝେଁ, ଗୋଟାକରୁ ଦୁଇଟା ନୀତି ମୋତେ ଜଣା ନାହିଁ ।--

ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ |

'ସାବାସ୍, ଦାସେ ଆପଣେ । ମୋର ମନେ ହୁଏ ରାଜନୀତି ଛାଡି ତୁମ ପକ୍ଷରେ ସଙ୍ଗୀତ ଚର୍ଚ୍ଚା କରିବା ଉଚିତ ଥିଲା । ତୁମର ଏ


*ସେତେବେଳେ ଭୁବନେଶ୍ୱରରେ ରାଜଧାନୀ ହେବା କଥା ଉଠି ନ ଥିଲା