ପୃଷ୍ଠା:Netrutya O Netrutwa.pdf/୧୫୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୨

ନେତୃତ୍ୱ ଓ ନେତୃତ୍ୱ

ନୂଆ ବ୍ୟବସ୍ଥା ପରିଷଦର ସବୁ ସଭ୍ୟ ମଧ୍ୟ ଟିକିଏ ଅଧେ ଗଳା ସାଧିବା ଆବଶ୍ୟକ; ଖାଲି ବ୍ୟବସ୍ଥାସଭାର ଶୁଭ ଦେବାପାଇଁ କଣ୍ଠ ଲମ୍ବାଇ ଜାତୀୟ ଗୀତ ଗାଇବାକୁ ନୁହେ ଏବଂ ତାହା କାହାରି ପକ୍ଷେ ଅବୋଧ୍ୟ ହେଲା, ବୋଲି ସଙ୍ଗୀତ ଚର୍ଚ୍ଚାରେ ଅନ୍ୟମନସ୍କ ହୋଇ ସେଥିପାଇଁ ପର୍ବତ ଖୋଳି ଶେଷରେ ମୂଷା ପ୍ରସବ କରିବାକୁ ନୂହେ,* ଯେତକ ପ୍ରସ୍ତାବ ଏଠି ପେଶ୍ ହେଉଚି ନା ପାଶ୍ ହେଉଚି, ସେ ଗୁଡିକୁ ମଧ୍ୟ ଏହି କଣ୍ଠ ସାଧନା ଦ୍ୱାରା ଆଉ ଟିକିଏ ମୁଲାଏମ୍ ଓ ଶ୍ରୁତି ମଧୁର ଛନ୍ଦରେ ପକାଇ ପାରନ୍ତେ । ଓଡିଶାରେ ଆଗରୁ ସ୍ୱର ଚର୍ଚ୍ଚାର ପ୍ରମାଣ ଅଛି । ମୋ ବିଚାରରେ ଏହି ବ୍ୟବସ୍ଥା ସଭାରେ ହିଁ ତାହାର ଅନୁଶୀଳନ ଏବଂ ପୁନଃ ପ୍ରତିଷ୍ଠା ହେଉ ।'

'ଏ ଦେଶର ସବୁ ଆଡ଼ର ଅବସ୍ଥା ଦେଖି ବ୍ୟବସ୍ଥା ସଭା ସମ୍ଭନ୍ଧେ କଥା କହ । ଏ ସଭା ଲକ୍ଷ ଲକ୍ଷ ନିରକ୍ଷର କାଠୁରିଆ ପଥୁରିଆ ଓ ମାଟି ହଣାଙ୍କର ।'

'କିନ୍ତୁ ତାଙ୍କ ଭିତରୁ ସମସ୍ତଙ୍କର ନୁହେ ତ ? ଶତକଡା ମୋଟେ ବାର ଜଣଙ୍କର ପରା ?'

'ହେଲା ପଛେ ସେୟା । କିନ୍ତୁ ଯେଉଁମାନେ ଏହା ଭିତରକୁ ଯାଇଛନ୍ତି, ବହୁ ସଂଖ୍ୟାର ପ୍ରତିନିଧି ରୂପେ ତାଙ୍କୁ ବୁଝିବାକୁ ହେବ। ଏହି ବହୁ ଭିତରେ ହିଁ ରାଜନୀତିକ ଚେତନା ଆଣିବାକୁ ହେବ, ରାଜନୀତି ହିଁ ଏ ଯୁଗରେ ଜୀଇଁ ଶିଖିବାର ଆଶା । ଏ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଆଦିର ସଂଗଠନ ଭାବିଲା ବେଳେ ନଜର ଉପରେ ଆଗ ଏହି ବହୁର ଚିତ୍ର ରଖିବାକୁ ହେବ । ଏହି ଅମଜା,ଅଚଞ୍ଛା,


*ଓଡିଶାର ନୂଆ ବ୍ୟବସ୍ଥାର ଜଣେ ଇଂରେଜ ସରକାରୀ ସଭ୍ୟ ଜାତୀୟ ସଂଗୀତ ବୋଲାଯିବା ବେଳେ ଛିଡା ହୋଇ ନ ଥିଲେ ।