ପୃଷ୍ଠା:Netrutya O Netrutwa.pdf/୨୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୯
ନାରୀ ଏବଂ ସୃଷ୍ଟି ସ୍ଥିତି

ବିଶେଷ ବିଶେଷ ଲକ୍ଷଣ ଥିବା ଯେ ଅସମ୍ଭବ ନୁହେଁ, ତାହାର ପ୍ରମାଣ ସ୍ୱରୂପ ରଚିତ ହୋଇଚି କୁମାରସମ୍ଭବ । ଅବଶ୍ୟ ଏ ଧରଣ ବର୍ଣ୍ଣନାର ଯେ ପ୍ରତିବାଦ ହୋଇ ନାହିଁ ତାହା ନୁହେଁ । କିରଣ କାଳିଦାସ ଅଳ୍ପ ଦିନର ମଣିଷ; ତେଣୁ ଯୋଗୀ ଋଷିର ଉପାଧି ଲାଭ କରିବା ପାଇଁ ସେ ବିଶେଷ ଯତ୍ନ ନେଇ ନାହାନ୍ତି । ତ‌ଥାପି ସ୍ମୃତିସଂହିତାର କଠୋର ବନ୍ଧନ ଭିତରେ ରହି ଭାରତୀୟ ପ୍ରେମ ଯେ ଅତି ଅସ୍ୱାଭାବିକ ଗତିରେ ଚାଳିତ ହୋଇଚି, ଏଥିରେ ବିଶ୍ୱାସ କରିବାକୁ ପ୍ରମାଣ ଅଭାବ ନାହିଁ । ପ୍ରକୃତରେ ଏ ଦେଶରେ ପ୍ରେମିକା ହୋଇଚନ୍ତି ବେଶ୍ୟା, ନ ହେଲେ ବିଧବା । କିମ୍ବା ଦେବ ଦେବୀଙ୍କର ବାହାନା କରି ଏକା ବେଳକେ ଷୋଳ ହଜାର ସଦ୍ୟ ସଧବା ! ନ ହେଲେ ଅଭାବ ପକ୍ଷରେ ଯେଉଁ ତଳ ଜାତିର ନାରୀମାନଙ୍କ ଭିତରେ ଅବରୋଧ ନାହିଁ, ସେମାନଙ୍କୁ ଘେନି ପରକୀୟା ପ୍ରୀତିର ଅବତାରଣା ହୋଇଛି ୭*। ଏହି ସମ୍ବନ୍ଧଗୁ ଡ଼ିକର ଗଭୀର ଦାର୍ଶନିକ ତ‌ତ୍ତ୍ୱ ଯାହା ଅଛି, ଜଗତର ଅନ୍ୟାନ୍ୟ ସମ୍ବନ୍ଧ ଉପରେ ମଧ୍ୟ ସେହିପରି ନାନା ଅର୍ଥ ଆରୋପ କରାଯାଇ ପାରେ । କିନ୍ତୁ ନାରୀର ଅବରୋଧ ଓ ପୁରୁଷର ଜବରଦସ୍ତି ସଂଯମ ଯେ ଏଥିପାଇଁ ବ‌ହୁତ ଅଂଶରେ ଦାୟୀ,ତାହା ସଂଯମ ଓ ସାଧନାର କେନ୍ଦ୍ରସ୍ଥଳ ସବୁ ତୀର୍ଥସ୍ଥାନ ଉପରେ ଗୋଟିଏ ଥର ଆଖି ବୁଲାଇ ଦେଲେ ହିଁ ବୁଝାଯାଏ ।

ଖ୍ରୀଷ୍ଟୀୟାନ ଦେଶମାନଙ୍କରେ ମଧ୍ୟ ଏହିରୂପ କଠୋର ସଂଯମ ଓ ନୈତିକତାର ଅଭ୍ୟାସ ଯୋଗୁଁ ଅସଂଖ୍ୟ ଗୋପନ ବ୍ୟଭିଚାରର ବିବରଣୀ ଶୁଣାଯାଏ । ମଧ୍ୟଯୁଗରେ (Middle Ages) ଖ୍ରୀଷ୍ଟୀୟାନ


୭* ଚଣ୍ଡୀଦାସ ଓ ରାମୀ ରଜକିନୀ ।