ପୃଷ୍ଠା:Netrutya O Netrutwa.pdf/୩୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୯
ଗୋପବନ୍ଧୁ ସ୍ମୃତି


ମରିବାଟାକୁ ବଡ଼ ସମସ୍ୟାରୂପେ ଧରିଲେ ତାହା ଟିକିଏ ନୂଆ ଶୁଣାଯିବ । ଧାନ ଚାଉଳଠାରୁ ହଜମି ଚୂର୍ଣ୍ଣବଟୀ ବେଶି ଲୋଡ଼ା ବୋଲି କ‌ହିପାରିଲେ, ପୁଣି ଏ ଦେଶର ପ୍ରତି ଲୋକ ପକ୍ଷରେ ତାହା ଉପକାରୀ ବୋଲି ପ୍ରଚାର ଚଳାଇପାରିଲେ ଅନ୍ତ‌ତଃ ଅଖିଆ ଏଠାରେ କେହି ମରୁ ନ ଥିବାର ପ୍ରମାଣ‌ଟାଏ ରହିଯିବ । ଫଳରେ ଗୋଟାଏ ଅଧେ କେମିକାଲ କାରଖାନା ଖୋଲାଯାଇ ହଜମକଲ୍ୟାଣ ବଟୀ ତିଆର ହେବ । ଚାରିଆଡ଼େ ସେ ଔଷଧ ବିକ୍ରି ହୋଇ ଓଡ଼ିଶାକୁ ଲାଭ ଆସିବ । ଏଭଳି କାରଖାନା ପାଇଁ ଓଡ଼ିଶାରେ ଲୋକ ନ ଥିବାରୁ ବାହାର ମିଲ ମାଲିକଙ୍କୁ ହାତରେ ରଖିବା ଦରକାର । ହଜମକଲ୍ୟାଣ ବଟୀ ଆମଦାନି କରିବାକୁ କାରଖାନାରେ ଯେଉଁ ହଜାର ହଜାର ମଜୁରିଆ ଆଠ ଘଣ୍ଟା ଖଟିବେ ସେମାନେ ହେବେ ସମସ୍ତେ ନିପଟ ଓଡ଼ିଆ । ହଜମିକଲ୍ୟାଣ ବଟୀର କଲ୍ୟାଣରୁ ବଦ‌ହଜମୀ ଆହାର ଭକ୍ଷଣ କରିବାକୁ ସେହିମାନଙ୍କର ତ‌ଥା ଦେଶରେ ଆଉ କାହାରି ଭୟ ରହିବ ନାହିଁ ।

ପୁଣି ଗୋଟାକରୁ ପାଞ୍ଚଟା କଳ କାରଖାନା ବଢ଼ି ଶେଷକୁ ଶିଳ୍ପ ବ୍ୟବସାୟ ଏମିତି ପ୍ରସାର ହେବ ଯେ, ଦିନେ କେବେ ଆମେରିକା ଭଳି ଏ ଦେଶର ମାଲିକ ସୌଦାଗରଙ୍କ ଭାଗ୍ୟ ଗଣନା ପାଇଁ ଗୋଟାଏ ଅଧେ ଜାତକ କାରଖାନା ମଧ୍ୟ ବସିପାରେ- ନିତି ହଜାର ହଜାର ଜାତକ ତ‌ହିଁରୁ ବାହାରି ଲୋକଙ୍କୁ ଘୋଡ଼ ଦୌଡ଼,ଅଂଶ ବଜାର ବା ଖରିଦ ବିକ୍ରି ଦଲାରୀ କାମ ଆଦିରେ ମତାଉଥିବ ।

ପୁରୀ, କୋଣାର୍କ, କାଠଯୋଡ଼ି ପଥରବନ୍ଧ ବା ତାରକସି କାମର ଓଡ଼ିଆ ମିସ୍ତ୍ରୀ କାରିଗର ଆଉରି ଥରେ ନୂଆ କରି ଦେଶର