ପୃଷ୍ଠା:Netrutya O Netrutwa.pdf/୪୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୫
ବଙ୍ଗ ଉତ୍କଳ ଦୁଇଟି ଭଗିନୀ


ସ୍ମୃତି ଓ ସଂସ୍କୃତି ଜଡ଼ିତ ଥାଏ । ସେଥିପାଇଁ ବ୍ୟାକରଣର ବାଧାକୁ ନ ମାନି ତାକୁ ହୁଏତ ମା ରୂପରେ ଦେଖନ୍ତି ।

କିନ୍ତୁ ମାତୃକଳ୍ପନା ପରି ସ୍ୱଦେଶକୁ ପିତୃକଳ୍ପନା କରିବାପାଇଁ କମ୍ କାରଣ ନାହିଁ ତ ? ଅଥଚ 'ମାତୃଭୂମି' କଥାର ପ୍ରଚଳନ ଏ ଦେଶରେ ଯେତେ ବେଶି 'ପିତୃଭୂମି' ତାହା ନାହିଁ । ଯେଉଁସବୁ ଭାଷାଭାଷୀ ପିତା ହେବାର ଅଧିକାର ଅର୍ଜି ଅଛନ୍ତି,ସେମାନେ ଅବଶ୍ୟ ଏହି ପିତୃଭୂମି (Fatherland) କଥାଟା ଖୁବ୍ ବ୍ୟବ‌ହାର କରନ୍ତି । କିନ୍ତୁ ଭାରତବର୍ଷର ଲୋକେ ଆଜି ସୁଦ୍ଧା ଏତେ ବେଶି ଦୁର୍ବଳ ଓ ଦୁଗ୍ଧପୋଷ୍ୟ ହୋଇ ରହିଚନ୍ତି ଯେ, ତାହାର ଫଳ ସ୍ୱରୂପ ଏ ଦେଶଟା କ୍ରନ୍ଦନ-ମୁଖରା,ସନ୍ତାନ-କାତରା ମା ରୂପେ କଳ୍ପିତ ହୋଇଅଛି । ଏ ଦେଶ ବାସିନ୍ଦାମାନ‌ଙ୍କର ବଳହୀନତା, ସ୍ନେହାନ୍ଧତା ଓ ଭାବପ୍ରାଣତାର ପରିଚୟ ଦେବା ସଙ୍ଗେ ସଙ୍ଗେ ଜଣେ ପିତାର ଅପେକ୍ଷା ମଧ୍ୟ ରଖିଚି । ଅତଏବ ଏ ଦେଶର ପିତାର ଅଧିକାର ଅନ୍ୟ ହାତକୁ ଯାଇଚି ।

ଯେତେଦୂର ମନେ ହୁଏ ଭାରତବର୍ଷରେ ସ୍ୱଦେଶ ପ୍ରତି ଏହି ମାତା ସମ୍ବୋଧନଟାର ଆମଦାନି ଖୁବ୍ ବେଶି ଦିନର ନୁହେଁ । ପୁରୁଣା ପୋଥିରେ ଏହା ତ ଦେଖିବାକୁ ମିଳେ ନାହିଁ, ଭାରତ-ବର୍ଷର ବିଭିନ୍ନ ପ୍ରଦେଶର ନାମକରଣରୁ ମଧ୍ୟ ଦେଖାଯାଏ, ଏଗୁଡ଼ିକ ଆଗେ କଦାପି ମା ରୂପେ କଳ୍ପନା କରାଯାଇ ନାହିଁ । ଗୁଜର, ମାଳବ, ମଗଧ, କର୍ଣ୍ଣାଟ, ଗାନ୍ଧାର କିମ୍ବା ପଞ୍ଜାବ ପ୍ରଭୃତିକୁ ଖାଲି ଧରି ବାନ୍ଧି ନାରୀରୂପ ଦିଆ ଯାଇପାରେ ।

ଏହିପରି ଜବରଦସ୍ତିରେ ହିଁ ବଙ୍ଗ ଓ ଉତ୍କଳକୁ ଜନନୀ କୁହା ଯାଇଥାଏ, ପୁଣି ଏକ 'ଭାରତମାତା'ର ସନ୍ତାନ ଭାବରେ