ପୃଷ୍ଠା:Netrutya O Netrutwa.pdf/୬୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୬୧

ନବ ଯୁଗ ସାହିତ୍ୟ ସଂସଦ୍ ଉଦ୍‌ବୋଧନ୍ *

ଆମ୍ଭମାନଙ୍କର ଶିଶୁ ଅବସ୍ଥାରେହିଁ ସବୁ କ୍ଷେତ୍ରରୁ ତାଡ଼ନାର ଆରମ୍ଭ-

ସ‌ହଯାତ୍ରୀବର୍ଗ !

ନବ ଯୁଗ ସାହିତ୍ୟ ସଂସଦର ପ୍ରଥମ ଉତ୍ସବ ସପ୍ତାହରେ ପ୍ରଧାନ ସଭାପତିର ଅଧିକାର ପାଇ ମୋହର ଆସନ ବ୍ରିଟିଶ ପାର୍ଲିମେଣ୍ଟର ସ୍ପିକର ବା ବାଚସ୍ପତି ସଙ୍ଗେ ସମାନ । ଫରକ ଭିତରେ ଏତିକି, ପାର୍ଲିମେଣ୍ଟରେ ସେ ସ୍ଥାନଟି ଯାହାଙ୍କୁ ମିଳେ, ସେ କେବଳ ବାଚସ୍ପତିର ନାମଟି ପାଇଥାନ୍ତି, କାମରେ ତାଙ୍କୁ ପ୍ରଗାଢ଼ ମୌନବ୍ରତ ମାନି ଅନ୍ୟମାନଙ୍କର ବକ୍ତୃତା ଶୁଣିବାକୁ ହିଁ ହୁଏ- ଏପରିକି ନିଜେ ଯାହା କ‌ହ‌ନ୍ତି,ସେଥିରେ ତାଙ୍କୁ ବାଚସ୍ପତି ନ କ‌ହି ମୂକ କ‌ହିବା ହିଁ ଅଧିକ ସଙ୍ଗତ@nbsp;।

ମୋ କାମଟି କିନ୍ତୁ ଠିକ୍ ତାହା ନୁହେ । ଅନ୍ୟମାନଙ୍କୁ ମୂକ ରଖି ବେଶି ପରିମାଣରେ କଥା ଗପିବାହିଁ ମୋହର ଆଜି ଏଠାରେ କର୍ତ୍ତବ୍ୟ । କଥା ଯେତେ ଦିନ କ‌ହି ଶିଖି ନ ଥିଲି,ସେତେ ଦିନ


  • ୧୯୩୫ ମସିହା କଟକରେ ଅନୁଷ୍ଠିତ ନବ ଯୁଗ-ସାହିତ୍ୟ-ସଂସଦର ଆଦ୍ୟ ଉତ୍ସବର ମୁଖ୍ୟ ପୁରୋଧା ରୂପେ ଦେଇଥିବା ଉଦ୍‌ବୋଧନ ।