ହୋଇଛି-ଅର୍ଥାତ୍ ଶାସ୍ତି । କାରଣ ଶିଶୁ ମଧ୍ୟ ଚୋରି କରେ, ଡ଼କାୟତି କରେ, ପୁଣି ତାହାର ପ୍ରତିକାର ରୂପେ କାୟିକ ଶାସ୍ତିହିଁ ସବୁଠାରୁ ସହଜ ଓ ସୁକର ପନ୍ଥା । କିନ୍ତୁ ଏହି ଭୟ ଦେଖାଇବା, ବାରଣ କରିବା କିମ୍ବା ଅନ୍ୟ ରକମ ପ୍ରକୃତ ଶାସ୍ତିରେ ମଧ୍ୟ ଶିଶୁର କୌତୁହଳ ଜନ୍ମିବାର କାରଣ ଅଛି । ସେଥି ସଙ୍ଗେ ମଧ୍ୟ ପରିଚିତ ହେବାକୁ ସେ ଚାହେଁ । ସେ ପରିଚୟଟା ଅବଶ୍ୟ ତାହା ପକ୍ଷରେ ସୁଖକର ହୋଇପାରେ ନାହିଁ । ତଥାପି ବାସ୍ତବ କ୍ଷେତ୍ରରେ ଦେଖାଯାଏ ତାହାର ଭିତର, ପ୍ରଶ୍ନ-'କାହିଁକି' ଓ 'କଣ' ପାଇଁ ପ୍ରହାର ମଧ୍ୟ ସନ୍ତୋଷଜନକ ଜବାବର କାର୍ଯ୍ୟ କରିପାରେ ନାହିଁ । ପୃଥିବୀମୟ ଶିଶୁରହିଁ ଏହି ସମସ୍ୟା ।
ମନୁ ପରାଶରଙ୍କ ଦେଶରେ ଯେ କୌଣସି ପ୍ରାଚୀନ ବ୍ୟବସ୍ଥା ସମ୍ବନ୍ଧରେ କାରଣ ପଚାରିବା ମଧ୍ୟ ଦୋଷାବହ । ଋଷି-ବାକ୍ୟ ବିନା ପ୍ରଶ୍ନରେ ଶିରୋଧାର୍ଯ୍ୟ ପୁଣି ଯେ କେହି ବାକ୍ୟୋଚ୍ଚାରଣ କରିଅଛନ୍ତି, ସମସ୍ତେ ହିଁ ଋଷି । ଅତଏବ ମୂକ ହେବା ପାଇଁ କେବଳ ଆମ ପିତା ବା ଅଭିଭାବକ ଦାୟୀ ନୁହନ୍ତି । ଆମର ପ୍ରପିତାମହ ଓ ବୃଦ୍ଧ ପ୍ରପିତାମହମାନେ ମଧ୍ୟ ଏଥିପାଇଁ ବହୁ ସ୍ତୁତି ସଂହିତା ରଖି ଯାଇ ଅଛନ୍ତି ।
ମୋହ ପକ୍ଷରେ କିନ୍ତୁ ବହୁ କାଳ ମୂକ ରହିବା ପରେ ଆଜି ହଠାତ୍ ଏକ ପରିବର୍ତ୍ତନ ଆସିଛି-ଅର୍ଥାତ୍ ଆପଣମାନଙ୍କୁ ମୂକ ରଖି ମୁଁ ଆଜି ମୁଖର ହୋଇ ପାରିଛି । ବର୍ତ୍ତମାନ ମୁଖର ହେବାକୁ ଯାଇ ଦେଖୁଚି, ସେଥିଲାଗି ମୋ ଆଗରେ ଦୁଇଟା ରାସ୍ତା ପଡ଼ିଚି । ତାହା ଭିତରୁ ଗୋଟିଏ ହେଉଛି ସ୍ପର୍ଶ, ଆରଟି ଆଘାତ-ଗୋଟିକର ଲକ୍ଷ୍ୟ ସ୍ଥଳ ହୃଦୟ, ଆରଟିର ମସ୍ତିଷ୍କ । ଶୈଶବରୁ