ପୃଷ୍ଠା:Netrutya O Netrutwa.pdf/୭୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୭
ନବଯୁଗ ସାହିତ୍ୟ ସଂସଦ ଉଦ୍‌ବୋଧନ


ଦୁନିଆଟାକୁ ଧର୍ମ-ଅନ୍ଧ କରି ରଖିବାକୁ । ଏ ଦେଶରେ ଯେତେ ଜାତି-ବାସନ୍ଦ ଓ ପ୍ରାୟଶ୍ଚିତ୍ତ ଆଦି ଧର୍ମ କ୍ରିୟା ଅନୁଷ୍ଠିତ ହୁଏ, ଅନୁସନ୍ଧାନ କଲେ ତାହା ମୂଳରେ ଏହିପରି ସ୍ୱାର୍ଥନ୍ୱେଷୀ ଧନିକ କିମ୍ବା ଅର୍ଦ୍ଧାହାରୀ ଅକର୍ମଣ୍ୟ ବ୍ରାହ୍ମଣକୁ ଦେଖିବାକୁ ମିଳିବ । କାରଣ ଜାତି ବାସନ୍ଦ ବା ପ୍ରାୟଶ୍ଚିତ୍ତ ଦ୍ୱାରା ଧର୍ମର କି ଉପକାର ହୁଏ, କିମ୍ବା ଯେ ପ୍ରାୟଶ୍ଚିତ୍ତ କରେ ବା ଦେବତାକୁ ଜୋରିମାନା ଦେଇ ଜାତି ଭିତରେ ପଶେ, ତାହାର ମଧ୍ୟ କି ମାନସିକ ଉନ୍ନତି ଘଟେ, ତାହା ସମସ୍ତଙ୍କୁ ଜଣା । ତେଣୁ ଜଗତର ପ୍ରତି ଧନିକ‌କୁ ମଧ୍ୟ ଆନ୍ତରିକତାର ସ‌ହିତ ଧର୍ମ‌ଭୀରୁ ହେବାକୁ ପଡ଼େ । ବିଶେଷତଃ ନିଜ ଉଦାହରଣରୁହିଁଁ ସେ ଭଲ ରୂପେ ଜାଣେ ଯେ, ସେ ନିଜେ ଯେଉଁ ଭାବରେ ଧନର ମାଲିକ ହୋଇପାରେ; ଯେ ଉପାୟରେ ସେ ଅନ୍ୟଠାରୁ ଧନ ଆହରଣ କରି ଲକ୍ଷପତି, ଯେ କୌଣସି ଅଧମ ପକ୍ଷରେ ମଧ୍ୟ ତାହା ସମ୍ଭବ । ସେ ଧନ‌କୁ କୌଣସି ଅଜ୍ଞାତ ଶକ୍ତି ରକ୍ଷା କରିବାର ଅନ୍ୟ ଉପାୟ କାହିଁଁ ?

ଅତଏବ ଧାର୍ମିକ ହେବା ଦ୍ୱାରା ତାହାର ଧନ ଯେପରି ବଢ଼େ, ସେ ଧନର ସୁରକ୍ଷା ପାଇଁ ମଧ୍ୟ ସଙ୍ଗେ ସଙ୍ଗେ ବ୍ୟବସ୍ଥା କରା ହୁଏ । ଦରିଦ୍ର ଓ ଅସ‌ହାୟ ବ୍ୟକ୍ତିର ପ୍ରତି ପଦରେ ପାପ ଓ ପତନର ଆଶଙ୍କା ଥିବାରୁ ପ୍ରାୟଶ୍ଚିତ୍ତର ଭାଗଟା ବେଶି ପରିମାଣରେ ତାହାକୁହିଁଁ କରିବାକୁ ହୋଇଥାଏ । କିନ୍ତୁ ସେ ପ୍ରାୟଶ୍ଚିତ୍ତରେ ପ୍ରକୃତ ପୁଣ୍ୟ ହୁଏ, ଉପକାର ହୁଏ, ଧନିକର କିମ୍ବା ବ୍ରାହ୍ମଣର ।

ଶୈଶବରୁହିଁ ଗଡ୍ଡାଳିକା ନ୍ୟାୟରେ ଯେଉଁ ଧର୍ମ-ଶିକ୍ଷା ଆମର ହୁଏ,ସେଥିରେ ଆମକୁ ଭବିଷ୍ୟତ ପାଇଁ ଏହି ରୂପ ଓ ଏହାର