ପୃଷ୍ଠା:Netrutya O Netrutwa.pdf/୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉତ୍ତରାଧିକାର

ସେମାନଙ୍କ କୃତିତ୍ୱ ମଧ୍ୟରେ କିଏ ନିଜ ପକ୍ଷରୁ କିମ୍ବା ପ୍ରତିଦ୍ୱନ୍ଦୀ ପକ୍ଷରୁ କେତେ ହଜାର ବା କେତେ ଲକ୍ଷ ନର ନାରୀଙ୍କ ରକ୍ତରେ ନିଜ ହାତକୁ ରଙ୍ଗାଇ ପାରିଛନ୍ତି । ପୁରାଣ ଯୁଗରୁ ଆରମ୍ଭ କରି ଆଜିଯାକେ କେବଳ ରକ୍ତାକ୍ତ ଲଢ଼େଇର କାହାଣୀହିଁ ଆମ୍ଭେମାନେ ଶୁଣି ଆସିଛୁଁ ।

କେଉଁଠାରେ ନର ଓ ରାକ୍ଷସ ମଧ୍ୟରେ, କେଉଁଠାରେ ଭାଇ ଭାଇ ଭିତରେ କିମ୍ବା ଗୋଟିଏ ରାଜ୍ୟ ସଙ୍ଗେ ଅପର ରାଜ୍ୟର ସଂଘର୍ଷ ହୋଇ ଏକ ପକ୍ଷ ବିଜୟ ହାସଲ କରିଛନ୍ତି । ବର୍ତ୍ତମାନ ଯୁଗରେ ମଧ୍ୟ ରାଜନୀତିକ ବିଜୟ ଲାଭପାଇଁ ରକ୍ତାକ୍ତ ଯୁଦ୍ଧବିପ୍ଳବର ଉଦାହରଣ ସବୁ ଦିନର ଘଟନା ରୂପେ ଆମ ଆଖି ଆଗରେ ନାଚୁଛି । କେବଳ ରକ୍ତହୀନ ଯୁଦ୍ଧ ଓ ରକ୍ତହୀନ ବିପ୍ଳବର ନିଶାଣ ଧରି ସବୁରି ଊର୍ଦ୍ଧ୍ୱରେ ଭାରତ ବର୍ଷ ଠିଆ ହୋଇଛି, ମଣିଷ ଜାତିର ହଜାର ହଜାର ବର୍ଷର ଇତିହାସକୁ ଉପହାସ କରି । ନବ ଭାରତର ସର୍ବଶ୍ରେଷ୍ଠ ଭାସ୍କର, ସବୁଠରୁ ବଡ଼ ବିନ୍ଧାଣୀ ଗାନ୍ଧିଜୀ । ହିଟଲର, ମୁସୋଲିନି, ନେପୋଲିୟନ, ଆଲେକଜାଣ୍ଡର, ଲିଂକନ୍, ୱାଶିଂଟନ, ରୋସୋ, ସକ୍ରେଟିସ୍‌ଙ୍କ କଥା ଆମେ ଅଳ୍ପ ବହୁତ ଜାଣୁ । ରାମ, କୃଷ୍ଣ, ଯୁଧିଷ୍ଠିର, ଶଙ୍କର, ଚୈତନ୍ୟ, ନାନକ ପ୍ରଭୃତି ପ୍ରାଚ୍ୟବୀର ମନୀଷୀମାନଙ୍କ ଆଦର୍ଶରେ ଆମେ ଅନୁପ୍ରାଣିତ । ଯିଶୁ, ମହମ୍ମଦ, କନଫସିଅସ୍, ବୁଦ୍ଧ ପ୍ରଭୃତି ଧର୍ମସଂସ୍କାରକ ବା ଧର୍ମପ୍ରଚାରକ ମଧ୍ୟ ପୃଥିବୀରେ ଜନ୍ମଲାଭ କରିଥିଲେ । ଦର୍ଶନ, ବିଜ୍ଞାନ, କଳା,ସାହିତ୍ୟ ବା ଇତିହାସରେ ବହୁ ମନୀଷୀ ଦେଶ ଓ ସମାଜକୁ ବହୁ ଅମୂଲ୍ୟ ଦାନ ଦେଇ ଯାଇଛନ୍ତି ।

କିନ୍ତୁ ରାଜନୀତି କ୍ଷେତ୍ରରେ ଗାନ୍ଧି ଯେଉଁ ଅହିଂସା ଅସ୍ତ୍ର ଧରାଇ ଦେଇଗଲେ, ପୃଥିବୀର ସୃଷ୍ଟି କାଳରୁ ଆଉ କେହି ତାହା ଦେଇ