ପୃଷ୍ଠା:Netrutya O Netrutwa.pdf/୮୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୯
ନବଯୁଗ ସାହିତ୍ୟ ସଂସଦ୍ ଉଦ୍‌ବୋଧନ


ଯୌବନ-ବିବାହ କୃତାର୍ଥ ହୁଏ କେଉଁଠାରେ-?

ଯୌବନ-ବିବାହକୁ ଯଦି ସମର୍ଥନ କରାଯାଏ, ତେବେ ଜଣେ ପୁରୁଷ ଓ ଚାରି ପାଞ୍ଚ ଜଣ ନାରୀ କିମ୍ବା ଚାରି ପାଞ୍ଚ ଜଣ ପୁରୁଷ ଓ ଜଣେ ନାରୀଙ୍କ ମଧ୍ୟରେ ହିଁ ବିବାହ ହେବା ଅଧିକ ଯୁକ୍ତିସଂଗତ । ଆଜି ମଧ୍ୟ ଯେଉଁ ସବୁ ସ୍ଥାନରେ ନାରୀ କିମ୍ବା ପୁରୁଷର ସଂଖ୍ୟା ଅପେକ୍ଷାକୃତ ଶସ୍ତା, ସେଠାରେ ଏହିରୂପ ବିବାହପ୍ରଥା ପ୍ରଚଳିତ । ଏକ ପ୍ରଥାଦ୍ୱାରା ଜଣେ ପୁରୁଷକୁ ଅଧିକ ପ୍ରେମ କରିବାକୁ ବ‌ହୁ ସପତ୍ନୀଙ୍କ ମଧ୍ୟରେ ଯେପରି ପ୍ରତିଯୋଗିତା ହୁଏ , ଅନ୍ୟ ପ୍ରଥାଦ୍ୱାରା ଜଣେ ପତ୍ନୀ ପ୍ରତି ସେହିପରି ବ‌ହୁ ସ‌ହ ସ୍ୱାମୀଙ୍କର ପ୍ରତିଦ୍ୱନ୍ଦିତା ସମ୍ଭବ । ଅତଏବ ପ୍ରେମର ରଜ୍ଜୁ ଧରି ଯେଉଁ ଟଗ୍-ଅଫ-ଓଆର୍ ଆରମ୍ଭ ହୁଏ , ସେଥିରେ ଯୌବନରେ ବିବାହ କଲେ ମଧ୍ୟ ତାହା କ୍ଷଣସ୍ଥାୟୀ ହେବାର ସମ୍ଭାବନା ଅତି ଅଳ୍ପ ।

ବୟସ୍କ ବିବାହର ସୁବିଧା-

ତାହା ନ ହେଲେ ନିର୍ବୋଧ ବାଲ୍ୟବିବାହ ନ କରି ଯୌବନ ପାର ହୋଇ ଚାଳିଶ ପଞ୍ଚାଳିଶ ବର୍ଷରେ ବିବାହ କରିବାକୁ ଅନେକଙ୍କର ମତ ହୋଇପାରେ । ଅବଶ୍ୟ ବେଶି ବୟସରେ ବିବାହ କଲେ ଅନେକ ସୁବିଧା ସୁଯୋଗ ଅଛି, ଯାହା ଯୌବନରେ ମିଳେ ନାହିଁ । - କିମ୍ବା ଶୈଶବରେ ଖୋଜାହୁଏ ନାହିଁ- ବିବାହକୁ ସ୍ଥାୟୀ ଓ ସଫଳ କରିବାକୁ ହେଲେ ଦମ୍ପତିକୁ ହୁଏ ତ ସମ୍ପୂର୍ଣ୍ଣ ନିର୍ବୋଧ ରହିବାକୁ ହେବ କିମ୍ବା ବିନା ପ୍ରେମରେ ଅଥବା ଅତି ସାମାନ୍ୟ ପ୍ରେମରେ ହିଁ ସନ୍ତୁଷ୍ଟ ରହିବା ଦରକାର- ଏହି ଶେଷୋକ୍ତ ସୁବିଧାଟି ହିଁ ବୟସ୍କ ବିବାହରେ ମିଳିଥାଏ । ଏହି ବୟସରେ ହିଁ