ପୃଷ୍ଠା:Netrutya O Netrutwa.pdf/୮୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୧
ନବଯୁଗ ସାହିତ୍ୟ ସଂସଦ ଉଦ୍‌ବୋଧନ

ଗୋଟିଏ କଥା ସେମାନଙ୍କର ଭଲ ରୂପେ ମନେ ରଖିବା ଦରକାର । ଅର୍ଥାତ୍ ଏପରି ଅବସ୍ଥାରେ ସେମାନେ ଯେତେ ପାରନ୍ତି , କନ୍ୟାକର୍ତ୍ତାଠାରୁ ବରପଣ ଓ କନ୍ୟା-ଯୌତୁକ ଆଦାୟ କରି ନେବା ହିଁ ଶ୍ରେୟଷ୍କର । କାରଣ ଏହିଭଳି ପରିସ୍ଥିତିରେ ଯେଉଁ ବିବାହ କରାଯାଏ, ତାହା ଭିତରେ ସବୁଠାରୁ ବେଶି ଦରକାର ଓ ସବୁଠାରୁ ବେଶି ବ୍ୟବ‌ହାରରେ ଲାଗିବା ଭଳି କିଛି ଜିନିଷ ଥାଏ ତ ତାହା ହେଉଛି ଏହି ଯୌତୁକ ବା ବରପଣ ।

ତରୁଣର ଅର୍ଥ ସମସ୍ୟା-

ବନ୍ଧୁଗଣ ! କ୍ରୀଡ଼ା ଓ କୌତୁକ, ପାଠପଢ଼ା, ପୁଣି ପରୀକ୍ଷା ପାଶ, ବିବାହ ଓ ଆତ୍ମହତ୍ୟା, ସବୁ ଆପଣମାନେ କରନ୍ତୁ । କିନ୍ତୁ ଗୋଟିଏ କଥା ଭୁଲିଗଲେ ଚଳିବ ନାହିଁ । ମନୁଷ୍ୟର ସବୁ ଅବସ୍ଥାକୁ ଯେଉଁ ବିରାଟ ଶକ୍ତି ନିୟନ୍ତ୍ରିତ କରୁଛି, ପୃଥିବୀର ଶତକଡ଼ା ଅନେଶତ ଭାଗ ଚିନ୍ତା ଓ କାର୍ଯ୍ୟକୁ ଯେଉଁ ଶକ୍ତି ଦ୍ୱାରା ତଉଲ କରାଯାଏ-ତାହା ହେଉଛି ଅର୍ଥ । ଧର୍ମନୀତି, ରାଜନୀତି, ସାମ୍ୟବାଦ, ସାମ୍ରାଜ୍ୟବାଦ, ଯୁଦ୍ଧ ବା ବିଗ୍ରହ ପ୍ରଭୃତି ରାଷ୍ଟ୍ରୀୟ ଓ ଜାତୀୟ ବିଷୟରୁ ଆରମ୍ଭ କରି ବ୍ୟକ୍ତିଗତ ପ୍ରତି ମାନବର ଚରିତ୍ର ମଧ୍ୟ ଏହାକୁ ହିଁ ଅକ୍ଷଦଣ୍ଡ କରି ଗତି କରୁଛି । ପୃଥିବୀର ହତ୍ୟା ଓ ବ୍ୟଭିଚାର, ଦାନ ଓ ଧର୍ମ , ଇତିହାସ ଓ ବିଜ୍ଞାନ, ବନ୍ଧୁ ଓ ଶତ୍ରୁ ସମସ୍ତ ହିଁ ଏହି ଅର୍ଥ ସମସ୍ୟା ମଧ୍ୟରେ ସଂକୁଚିତ । କିନ୍ତୁ ଏ ମହା ସମସ୍ୟାର ସମାଧାନ ପାଇଁ ଭବିଷ୍ୟତ ସମାଜର ବିଶ୍ୱକର୍ମା ରୂପେ ତରୁଣ କଣ କରେ ? ମୋର ମନେ ହୁଏ, ଏ ପ୍ରଶ୍ନର ସିଧା ସଳଖ ଉତ୍ତର ହେବ-ଚାକିରି କରେ । ଅଥଚ କେତେ ଜଣଙ୍କ ପାଇଁ ଚାକିରିର ଦ୍ୱାର ଉନ୍ମୁକ୍ତ ? ସମଗ୍ର ତରୁଣ ସମାଜର ସମସ୍ୟାର