ପାରେ ଯେ, ଏହାର କୌଣସି ବିଭାଗରେ, କୌଣସି ବିଷୟ ବା ତଥ୍ୟ ସମ୍ବନ୍ଧରେ ସ୍ଥିର ମତ ବ୍ୟକ୍ତ କରିବା କଠିନ । ମନେ ହୁଏ ଯେମିତି ଆମ୍ଭମାନଙ୍କର ଏହି ପୃଥିବୀ ସମସ୍ତ ସୌର ଜଗତ୍ ସହିତ ଆଗ ଅପେକ୍ଷା ଶହେ ଗୁଣ ବେଗରେ ଗତି କରୁଚି । ଆଜି ପର୍ଯ୍ୟନ୍ତ ଯେତେ ତଥ୍ୟ ଓ ସିଦ୍ଧାନ୍ତ ଶହ ଶହ ବର୍ଷ ଧରି ଶିସା ପରି ଟାଣ ହୋଇ ପଡ଼ିଥିଲା, ହଠାତ୍ ଯେମିତି ଏହି ଘୂର୍ଣିପାକର ଉତ୍ତାପରେ ପାଣି ପରି ତରଳ ହୋଇ, ଟଗବଗ ଫୁଟୁଛି । ଚିନ୍ତାର ସ୍ରୋତ ଏ ରୂପ ପ୍ରଳୟ ବେଗରେ ଧାଇଁଛି ଯେ, ତାହା ଭିତରୁ ଏକ ସ୍ଥିର ପନ୍ଥା ବାଛି ନେବା ପାଇଁ ଦୁଃସହ ସାହସର ପ୍ରୟୋଜନ ।
ସମଗ୍ର ପୃଥିବୀ ହିଁ ଏକ ପ୍ରକାଣ୍ଡ ବିଜ୍ଞାନଗାର ରେ ପରିଣତ ହୋଇଅଛି । ପରିବାର, ସମାଜ, ଧର୍ମ ଓ ରାଷ୍ଟ୍ର ପ୍ରଭୃତି ପ୍ରତିକ୍ଷେତ୍ରରେ ହିଁ ବ୍ୟବସ୍ଥା ଆସୁଚି ଏହିଠାରୁ, ପ୍ରତ୍ୟେକ ଦେଶ ଓ ପ୍ରତ୍ୟେକ ଜାତିର ଚିନ୍ତା ଧାରା ସେଥିପାଇଁ ଆଜି ଗୋଟିଏ ଦିଗରେ ଗତି କରିବାକୁ ଯାଉଛି ଏବଂ ଏକ ଭାବରେ ପ୍ରଭାବିତ ହେଉଛି । ଆହାର, ବିହାର, ବସନ, ଭୂଷଣ, ରୀତି, ଗତି ମଧ୍ୟ ଏହି ବିଜ୍ଞାନଗାରର ପରୀକ୍ଷିତ ଚିନ୍ତାଧାରାର ଅନୁବର୍ତ୍ତୀ ହୋଇ ଏହ ସର୍ବସାଧାରଣ ସଭ୍ୟତାର ସୂଚନା ଦେଇଛି । ଦୁନିଆର ଚିନ୍ତାଧାରା ଯେପରି ଏକମୁଖୀ, ଏହା ଯେପରି କୌଣସି ଭୌଗୋଳିକ ସୀମାବଦ୍ଧ ଦେଶ ବିଶେଷ, ଅଥବା ନିର୍ଦ୍ଦିଷ୍ଟ ଧର୍ମ କିମ୍ବା ଭାଷାବଦ୍ଧ ଜାତି ବିଶେଷ ମଧ୍ୟରେ ଏକଚାଟିଆ ନୁହେଁ, ଜଗତର କାର୍ଯ୍ୟ ପ୍ରଣାଳୀର ଗତି ମଧ୍ୟ ଆଜି ସେହିପରି। ପୃଥିବୀର ସବୁ ଧର୍ମ ଉପରେ ଏହି ଚିନ୍ତାର ଧକ୍କା ଏ ପରି ପ୍ରବଳ ଭାବରେ ଲାଗିଛି ଯେ ପୃଥିବୀମୟ ଗୋଟାଏ ଏକକ ଧର୍ମ ପ୍ରଚଳନର କିମ୍ବା ଅନ୍ୟ କଥାରେ ସମ୍ପୂର୍ଣ୍ଣ ଧର୍ମହୀନ ହେବାର