ପୃଷ୍ଠା:Netrutya O Netrutwa.pdf/୯୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
କ‌ହି ପୁଛି ଜାଣେ ଯେ

ବାକ୍ୟ, ମନ ଓ ହାତ ଗୋଡ଼ ଲଗାଏତ ଯେତୋଟି ଇନ୍ଦ୍ରିୟକୁ ମିଶାଇ ମଣିଷର ସଂଜ୍ଞା ତିଆରି ହୋଇଅଛି, ପୃଥିବୀରେ ସଭ୍ୟ ଅସଭ୍ୟ ସମସ୍ତଙ୍କୁ ଚାହିଁ ମନେ ହୁଏ, ସେଥି ଭିତରୁ ହାତ ଗୋଡ଼ହିଁ ସବୁଠୁଁ ବେଶୀ ବଳୁଆ । ଯାହାର ହାତ ଗୋଡ଼ ଯେତିକି ବୋଲ କରିପାରେ, ଦୁନିଆଁରେ ମଣିଷ ପରି ଚାଲି ବୁଲିବାକୁ ପରୁଆ ତାହାର ସେତିକି କମ । ହାତ ଗୋଡ଼ ପଛକୁ ଦେଖାଯାଏ ମୁହ ଜୋର ଏବଂ ସବା ଶେଷରେ ବିଦ୍ୟା ବୁଦ୍ଧି ନାମଧେୟ ଇନ୍ଦ୍ରିୟଜାତ ଗୁଣମାନ ବୋଧହୁଏ ଥାର୍ଡ଼କ୍ଳାସରେ ଥାନ ପାଇବ ।

ଏ ରୂପ ଶ୍ରେଣୀ ବିଭାଗର ଯାଥାର୍ଥ୍ୟ ବୁଝିବା ପାଇଁ ବିସ୍ତାର ଉଦାହରଣ ସମସ୍ତଙ୍କର ସବୁ ପାଖରେ ପୁରି ରହିଛି । "ଜୋର ଯାହାର ମୁଲକ ତାହାର" କଥାଟା ପଛରେ ଯେ ଅନେକ ଅଭିଜ୍ଞତା ଓ ପର୍ଯ୍ୟବେକ୍ଷଣ ଲୁଚି ଅଛି, ପୁଣି ପୃଥିବୀର ଅଳ୍ପ କେତୁଟା ସତ୍ୟ ଭିତରୁ ଏ ଯେ ଗୋଟେ ବଡ଼ ସତ୍ୟ, ଏବଂ ଏତକ ପ୍ରମାଣ କରିବା ପାଇଁ ଡ଼ାରଉଇନଙ୍କଠାରୁ ନିଟ୍‌ପସଙ୍କ ପର୍ଯ୍ୟନ୍ତ ବୈଜ୍ଞାନିକ ଓ ଦାର୍ଶନିକଗଣ ଏବଂ ସେମାନଙ୍କର ବ‌ହୁ ଚେଲା ଓ ଟୀକାକାର ଯେ ଅସୁମାରି ଶବ୍ଦ ଲେଖି ଯାଇଛନ୍ତି, ସେ କଥା ମନେ ପକାଇଲେ ଅନାମଧେୟ ଏହି ଓଡ଼ିଆ ପ୍ରବଚନ‌କାତଙ୍କୁ ସାବାସ ନ କ‌ହି ଚାରା କାହାର ? ଏହି ପ୍ରବଚନ‌କାରଙ୍କ କଥା ସଙ୍ଗେ ଇଂଲଣ୍ତର ବିଜ୍ଞାନ-ବିଶାରଦ