ପଡିରହୁଥିଲେ । ଗାଁ ଲୋକ ଓ ପୋଲିସଙ୍କ ସହାୟତାରେ ଲୋକଙ୍କୁ ଧାଡ଼ିରେ ବସାଇ ଔଷଧ ଦିଆଯାଉଥିଲା । ପୋଲିସମାନେ ମଧ୍ୟ ଏଠାରେ ଡେରା ପକାଇଥିଲେ । ନେପାଳୀ ବାବା ଧାଇଁଧାଇଁ କରି ଯାଇ କେତେବେଳେ କାହା କାନ୍ଧରେ ବସି ଲୋକଙ୍କ ମେଳରେ ପଶି ଔଷଧ ବିତରଣ କରୁଥିଲେ । ଜ୍ୱର, ପେଟବ୍ୟଥା, କୃଷ୍ଣ, ଛୋଟା, ଘୁଙ୍ଗ ଓ କାଲା ଲୋକମାନେ ଭଲ ହେବାରେ ଲାଗିଲେ । ଭକ୍ତମାନେ ନାମ ସଂକୀର୍ତ୍ତନରେ ମାତି ନେପାଳୀବାବାଙ୍କର ଜୟଗାନ କରୁଥିଲେ । ଯେତିକି ଲୋକ ଔଷଧ ନେଇ ଫେରୁଥିଲେ ତା’ର ଦଶ ଗୁଣ ଲୋକ ଆସି ସେଠାରେ ଉପସ୍ଥିତ ହେଉଥିଲେ ।
ଲୋକଙ୍କର ପ୍ରବଳ ଭିଡ଼ ଯୋଗୁଁ ଜଳ ଓ ଆହାରର ସଂକଟ ଦେଖାଦେଲା । ରୋଗୀକୁ ନେଇ ଆସୁଥିବା ଲୋକେ ରୋଗୀ ହୋଇ ପ୍ରାଣତ୍ୟାଗ କଲେ । ହଇଜା ବ୍ୟାପିଲା । ହଇଜା ମହାମାରୀ ରୂପ ଧାରଣକଲା । ଲୋକେ ପୋକମାଛି ପରି ପଡ଼ି ମଲେ । କିଏ କୁଆଡ଼େ ଗଲେ ତା’ର ହିସାବ ରହିଲା ନାହିଁ । ନବବାବୁ ଥାଆନ୍ତି ମୁଖ୍ୟମନ୍ତ୍ରୀ । ଏପରି ଅସ୍ବାଭାବିକ ପରିସ୍ଥିତି ଦେଖି ମାଳତୀ ଦେବୀ ସେଠାରେ ୧୪୪ ଧାରା ଜାରି କରିବା ପାଇଁ ନବ ବାବୁଙ୍କୁ କହିଲେ ।
ନବବାବୁ ମାଳତୀ ଦେବୀଙ୍କୁ କହିଲେ, "ସରକାରର ଲୋକଙ୍କ ଧର୍ମବିଶ୍ୱାସରେ ବାଧାଦେବାର ଅଧିକାର ନାହିଁ । ସମ୍ବିଧାନ କହୁଛି କେହି କାହାରି ଧର୍ମ ବିଶ୍ବାସରେ ବାଧାଦେଇ ପାରିବେ ନାହିଁ।" ମାଳତୀ ଦେବୀ ରାଗିଯାଇ କହିଲେ, "ନ ପାରିବ ତ ଇସ୍ତଫା ଦେଇଦିଅ । ଏଭଳି ମାଇଚିଆ ସରକାର ଆମର ଦରକାର ନାହିଁ ।"
ଅବସ୍ଥା ଅସମ୍ଭାଳ ହେଲା । ମାଳତୀ ଦେବୀ ବାଜି ରାଉତ ଆଶ୍ରମରୁ ଜଗାଭାଇ (ଜଗନ୍ନାଥ ପ୍ରସାଦ ଦାସ ) ଓ ଏମ.ଏଲ.ଏ ହୃଷୀକେଶ ତ୍ରିପାଠୀଙ୍କୁ ସାଙ୍ଗରେ ଧରି ଏକ ଜିପରେ ବସାଇ ଗ୍ରାମରେ ଯାଇ ପହଞ୍ଚିଲେ । ଜଗାଭାଇ ନେପାଳୀବାବାଙ୍କୁ ଢାଇ କରି ଏକ ଶକ୍ତ ଚାପୁଡ଼ା ଦେଇ କହିଲେ, "ଆବେ ବଦମାସ୍, ବାବା ହୋଇ ହୁକୁମ୍ ଦେଉଛୁ, ଏଣେ ହଜାର ହଜାର ଲୋକ ମଲେଣି । ଜଗାଭାଇଙ୍କ ଚାପୁଡ଼ାରେ ନେପାଳୀବାବା ବଣ ଭିତରକୁ ଦୌଡ଼ି ଦୌଡ଼ି ପଳାଇଲେ । ସେଠାରେ ଥିବା ଭକ୍ତମାନେ ପାଟିକରି ଉଠିଲେ । କହିଲେ "ଆମ ବାବାଙ୍କୁ ମାରି ପକାଇଲେ ।" ଲୋକେ ଉତ୍ତ୍ୟକ୍ତ ହୋଇ ଉଠିବାରୁ ମାଳତୀ ଦେବୀ, ଜଗନ୍ନାଥ ପ୍ରସାଦ ଦାସ ଓ ହୃଷୀକେଶ ତ୍ରିପାଠୀ ଜିପ୍ରେ ବସି କୌଶଳକ୍ରମେ ସେହି ସ୍ଥାନ ତ୍ୟାଗ କରି ଚାଲିଆସିଲେ । ତା’ପରେ ସେଠାରେ ସରକାରଙ୍କ ତରଫରୁ ୧୪୪ ଧାରା ଜାରିହେଲା । ରନ୍ତଲେଇକୁ ବାହାରୁ ଆଉ ଲୋକଙ୍କୁ ଛାଡ଼ି ଦିଆଗଲା ନାହିଁ । କଲେରା ପାଇଁ ଉପଯୁକ୍ତ ପ୍ରତଷେଧକ ବ୍ୟବସ୍ଥା ଓ ଚକିତ୍ସା ଆରମ୍ଭ ହୋଇଗଲା । ସେଠାରେ ଥବା ଲୋକଙ୍କୁ ନିଜ ନିଜ ଗ୍ରାମ, ସହର ଆଦିକୁ ବସ୍ ଓ ଟ୍ରେନ୍ ଯୋଗେ ପଠେଇ ଦେବାର ସୁବ୍ୟବସ୍ଥା କରାଗଲା । ଧୀରେ ଧୀରେ ରନ୍ତଲେଇ ଅବସ୍ଥା ଶାନ୍ତ ପଡ଼ିଲା । କିନ୍ତୁ ବହୁତ ଲୋକ ମରିଗଲେ । ପ୍ରଜାତନ୍ତ୍ର ଖବରକାଗଜରେ ସେତେବେଳେ ଏହାର ବିସ୍ତୃତ ବିବରଣୀ ପ୍ରକାଶ ପାଉଥାଏ । ବୃଦ୍ଧିଜୀବୀ ଶିକ୍ଷିତ ଲୋକ ମଧ୍ୟ ରନ୍ତଲେଇକୁ ଆରୋଗ୍ୟ ହେବାପାଇଁ ଆସିଥିବାର ଜଣାଯାଏ ।
ଓଡ଼ିଶା ରାଜନୀତିର ଇତିହାସ . ୧୦୧