ଛାତ୍ର ଧର୍ମଘଟର ସମାଧାନ ନିମନ୍ତେ ଆଡ୍ଭୋକେଟ୍ ଜେନେରାଲ୍ ବାଞ୍ଛାନିଧି ମହାପାତ୍ର, ବିଜୁ ପଟ୍ଟନାୟକ, ବୀରେନ୍ ମିତ୍ର ଓ ଅଧ୍ୟାପକ ଶ୍ରୀରାମ ଦାସଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେଲା । ହରେକୃଷ୍ଣ ମହତାବ ସେମାନଙ୍କ ସହ ସହଯୋଗ କଲେ । କିନ୍ତୁ କିଛି ନିଷ୍ପତ୍ତି ହୋଇପାରିଲା ନାହିିଁ । ଶେଷରେ ରାଜେନ୍ଦ୍ର ପ୍ରସାଦ ଦାସ ଓ ଚନ୍ଦ୍ରମଣି ନାୟକ ଆଦି କେତେକ ଛାତ୍ରନେତା ଅଧ୍ୟାପକ ଶ୍ରୀରାମ ଦାସଙ୍କ ପରାମର୍ଶକ୍ରମେ ବିଜୁ ପଟ୍ଟନାୟକଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ଏଠାରେ ନିଷ୍ପତ୍ତି ହେଲା ଯେ ଟିଉସନ୍ ଫିସ୍ ଦୁଇଟଙ୍କା ବଦଳରେ ଟଙ୍କାଏ ବଢ଼ିବ । ହଷ୍ଟେଲ୍ ଫିସ୍ ଚାରିଟଙ୍କା ବଦଳରେ ଦୁଇଟଙ୍କା ବଢ଼ିବ । ଏହା ପରେ କଲେଜ ଶୀଘ୍ର ଖୋଲିବ । କିନ୍ତୁ ଏହି ନିଷ୍ପତ୍ତି ପରେ ପିଲାମାନଙ୍କ ମନ ପରିବର୍ତ୍ତନ ହେଲା ନାହିିଁ । ସେମାନେ ପୁଣି ଆନ୍ଦୋଳନ ଅଭିମୁଖୀ ହେଲେ ।
ଜୁଲାଇ ୧୯ ତାରିଖରେ ନନ୍ଦିନୀ ଶତପଥୀ ଆଦି କେତେକ କମ୍ୟୁନିଷ୍ଟ ଛାତ୍ର ବିଧାନସଭା ଦ୍ୱାରଦେଶରେ ବସିରହିଲେ । ସରକାରଙ୍କ ତରଫରୁ ପୋଲିସ୍ ଲାଠିଚାର୍ଜ କଲା । ପାଣିଜେଟ୍ ମରାଗଲା । ଛାତ୍ରମାନଙ୍କୁ ଗିରଫ କରାଗଲା । ଅପରପକ୍ଷରୁ ମଧ୍ୟ ଢେଲାମାଡ଼ ହେଲା । ଜଣେ ସର୍ଜେଣ୍ଟଙ୍କ ନାକ ଫାଟିଲା । ସେ ରିଭରଭଲ୍ ଚଳାଇଲେ । ସ୍ୱସ୍ତି ମହାପାତ୍ରଙ୍କ ଗୋଡ଼ରେ ଗୁଳି ବାଜିଲା । ବହୁ ଲୋକ ହତାହତ ହେଲେ । ସଂଧ୍ୟା ୬ଟା ଯାଏଁ ଏପରି ପରିସ୍ଥିତି ଲାଗି ରହିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଛାତ୍ରମାନେ ପରଦିନ ଅନଶନ କରି ଗିରଫ ହେଲେ । ସେମାନେ ଜାମିନରେ ଖଲାସ ହୋଇ ବି ପାଠପଢ଼ାରୁ ବଂଚିତ ହେଲେ । କେତେକ ଦୁଇ ବର୍ଷ ପାଇଁ କଲେଜରୁ ବହିଷ୍କୃତ ହେଲେ । ସରକାର ଏହାଦ୍ୱାରା ବଦନାମ୍ ହେଲେ । ("ଅନିର୍ବାଣ'ରୁ ସଂଗୃହୀତ)
ଏହା ପରେ ଆସିଲା ପ୍ରଥମ ସାଧାରଣ ନିର୍ବାଚନ । ଉପରୋକ୍ତ କାରଣଗୁଡ଼ିକ ପାଇଁ ସରକାର ବଦନାମ ହୋଇଥିଲେ, ଏଣୁ ନିର୍ବାଚନରେ କଂଗ୍ରେସ ୧୪୦ଟି ଆସନରୁ ୬୭ ଆସନ ପାଇ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ବିବେଚିତ ହେଲା । ସାତଜଣ ସ୍ୱାଧୀନ ସଦସ୍ୟଙ୍କ ସର୍ମରେ ୧୯୫୨ ମସିହା ଫେବ୍ରୁଆରି ୨୦ ତାରିଖ ଦିନ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ।
ନବକୃଷ୍ଣ ଚୌଧୁରୀଙ୍କ ଦ୍ୱିତୀୟ ମନ୍ତ୍ରିମଣ୍ଡଳ :
ନବକୃଷ୍ଣ ଚୌଧୁରୀ | : (ମୁଖ୍ୟମନ୍ତ୍ରୀ)- ଗୃହନିର୍ମାଣ, ଉନ୍ନୟନ , ନଦୀ |
ଉପତ୍ୟକା ବିକାଶ, ରିଲିଫ୍, ପୁନର୍ବସତି ଓ ଲୋକସମ୍ପର୍କ | |
ସଦାଶିବ ତ୍ରିପାଠୀ | : ରାଜସ୍ୱ, ଅବକାରୀ ଓ ଯୋଗାଣ ବିଭାଗ ମନ୍ତ୍ରୀ |
ରାଜା ସାହେବ କିଶୋର ଚନ୍ଦ୍ର ଦେଓଭଞ୍ଜ- | : ଶିଳ୍ପ ଓ ପରିବହନ ମନ୍ତ୍ରୀ |
ସୁନାରାମ ସୋରେନ୍ | : ଆଦିବାସୀ ଓ ଗ୍ରାମ ବିକାଶ, ଶ୍ରମ ଓ ବାଣିଜ୍ୟ ମନ୍ତ୍ରୀ |
ରାଧାନାଥ ରଥ | : ଅର୍ ଓ ଶିକ୍ଷା ମନ୍ତ୍ରୀ |
ସତ୍ୟପ୍ରିୟ ମହାନ୍ତି | : ଆଇନ୍, ଘରୋଇ ଓ ସ୍ୱାସ୍ଥ୍ୟ |
ଓଡ଼ିଶା ରାଜନୀତିର ଇତିହାସ . ୧୦୩