୧୭୫୭ରେ ଓଡ଼ିଶାର ଶାସନଭାର ଗ୍ରହଣ କଲେ । ମରହଟ୍ଟା ମାନଙ୍କର ଶାସନ ମୁଖ୍ୟକୁ ସୁବେଦାର ବୋଲି କୁହାଯାଉଥିଲା । ଓଡ଼ିଶାର ପ୍ରଥମ ସୁବେଦାର ଥିଲେ ଶିଓଭଟ୍ଟ ସାମନ୍ତରାଓ । ସେ ୧୭୫୭- ୧୭୬୫ ଯାଏ ଓଡ଼ିଶା ଶାସନ ଦାୟିତ୍ୱ ବହନ କରିିଥିଲେ । ଏହି ସମୟରେ ସେ ୧୭୬୨ ମସିହାରେ ଓଡ଼ିଶାରେ ବନ୍ଦୋବସ୍ତ କାର୍ଯ୍ୟକରି ନୂତନ କର ଧାର୍ଯ୍ୟ କଲେ । ଏହାଙ୍କ ପରେ ବିମନାସାହୁ ଓ ଉଦୟ ପୁରୀ ସୁବେଦାର ହୋଇଥିଲେ । ଏମାନଙ୍କ ପରେ ଭବାନୀ ପଣ୍ଡିତ ଓଡ଼ିଶାର ସୁବେଦାର ହୋଇଆସିଲେ । ସେ ଆସିଲା ବେଳେ ସାଙ୍ଗରେ ଆଣିିଲେ ଅନେକ ସୈନ୍ୟ ସାମନ୍ତ । ଏହି ସୈନ୍ୟ ସାମନ୍ତମାନେ ଉତ୍କଳରେ ନାନା ଅତ୍ୟାଚାର କରିଥିଲେ । ତାହା ଲୋକମାନେ ଭୁଲିପାରି ନାହାନ୍ତି । ଏହାକୁ କୁହାଯାଏ ବର୍ଗୀ ଅତ୍ୟାଚାର । ଭବାନୀ ପଣ୍ଡିତ ଉତ୍କଳର ସୁବେଦାର ଥିଲେ ୧୭୬୮ ମସିହାଯାଏ । ତାଙ୍କ ପରର ମରହଟ୍ଟା ସୁବେଦାର ମାନେ ହେଲେ :
ଶମ୍ଭୁଜୀ ଗଣେଶ- ୧୭୬୮-୭୧
ବାବାଜୀ ନାୟକ - ୧୭୭୧-୭୩
ମାଧୋଜୀ ହରି - ୧୭୭୩-୭୫
ବାବାଜୀ ନାୟକ - ୧୭୭୫
ମାଧୋଜୀ ହରି - ୧୭୭୫-୭୮
ରାଜାରାମ ପଣ୍ଡିତ,
ସଦାଶିବ ରାଓ, ୧୭୮୨-୧୮୦୩ ।
ଲଙ୍କାଜୀ ଶୁକଦେବ
ବାଲାଜୀ କଞ୍ଜୀ
ମରହଟ୍ଟା ଅମଳରେ କବି ଅଭିମନ୍ୟୁ ସାମନ୍ତସିଂହାର, ଭୀମାଧୀବର ଓ ଅଚ୍ୟୁତାନନ୍ଦ ଦାସ ଆଦି ପ୍ରସିଦ୍ଧ କବିମାନେ ଓଡ଼ିଆ ଭାଷା ସାହିତ୍ୟର ବିଶେଷ ଉନ୍ନତି ଘଟାଇଥିଲେ । ମରହଟ୍ଟା ସୁବେଦାର ରାଜାରାମଙ୍କ ହାତରୁ ଇଂରେଜମାନେ ୧୮୦୩ ମସିହା ଅକ୍ଟୋବର ୪ ତାରିଖରେ ଓଡ଼ିଶା ଶାସନ ଭାର ଗ୍ରହଣ କଲେ ।
ଓଡ଼ିଶାରେ ଇଂରେଜ ଶାସନ :
ମରହଟ୍ଟାମାନଙ୍କ ହାତରୁ ଇଂରେଜମାନେ ଓଡ଼ିଶା ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ସଙ୍ଗେ ସଙ୍ଗେ ବୌଦ୍ଧ, ଦଶପଲ୍ଲା, ସୋନପୁର ଓ ଅନୁଗୋଳର ରାଜାମାନେ ଇଂରେଜମାନଙ୍କର ବଶ୍ୟତା ସ୍ୱୀକାର କଲେ । ଉତ୍କଳ ଅଧିକାର କରି ଇଂରେଜମାନେ ଜଣେ କମିଶନର ନିଯୁକ୍ତି କଲେ । ଉତ୍କଳର ଶାସନ ସୁବିଧା ପାଇଁ ଏହାକୁ ଦୁଇଟି ଜିଲ୍ଲାରେ ପରିଣତ କଲେ । ଦୁଇଜଣ ଜଜ୍ ମାଜିଷ୍ଟ୍ରେଟଙ୍କ ହାତରେ ଏହି ଜିଲ୍ଲା ଦୁଇଟିର ଶାସନ ଦାୟିତ୍ୱ ଅର୍ପଣ କରାଗଲା । ୧୮୦୫ରେ ଆଉ ଗୋଟିଏ ଜିଲ୍ଲା ସୃଷ୍ଟି ହେଲା । ଗଡ଼ଜାତ ରାଜ୍ୟଗୁଡ଼ିକ ମଧ୍ୟ ଏହି ଜିଲ୍ଲାଗୁଡ଼ିକ ଅଧୀନରେ
୧୨ . ଓଡ଼ିଶା ରାଜନୀତିର ଇତିହାସ