ଲଣ୍ଡନସ୍ଥିତ ପ୍ରାଚ୍ୟ ମହାବିଦ୍ୟାଳୟ (ଲଣ୍ଡନ କଲେଜ ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍)ର ପୁସ୍ତକାଗାରରେ ଓଡ଼ିଆ ପୁସ୍ତକ ସ୍ଥାନ ପାଇବା ନିମନ୍ତେ ସେ ଗଭୀର ଦୃଷ୍ଟି ପ୍ରଦାନ କରିିଥିଲେ । ତା୧୮/୧୧/୧୯୩୯ରେ 'ଉତ୍କଳ ସାହିତ୍ୟ ସମାଜ' ଆନୁକୂଲ୍ୟୂରେ ଡକ୍ଟର ମାୟାଧର ମାନସିଂହଙ୍କ ଦ୍ୱାରା "ପାଶ୍ଚାତ୍ୟ ଦୃଷ୍ଟିରେ ଉତ୍କଳୀୟ" ଶୀର୍ଷକ ଆଲୋଚନା ସଭାରେ ସଭାପତିତ୍ୱ କରିିଥିଲେ ସାର୍ ଜନ୍ ଅଷ୍ଟେନ୍ ହବାକ୍ । ତା୧୮/୧୨/୧୯୩୮ରେ ଉତ୍କଳ ସଙ୍ଗୀତ ସମାଜର ବାର୍ଷିକ ଉତ୍ସବକୁ ସେ ଉଦ୍ଘାଟନ କରି ଉଦ୍ବୋଧନ ଦେଇଥିଲେ । ତାଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି କେତେ ଅନୁରାଗ ଥିଲା ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।
ତାଙ୍କର ସହଧର୍ମିଣୀ ଲେଡି ହବାକ୍ ଉତ୍କଳ ନାରୀସଂଘ ପ୍ରତିଷ୍ଠା ପାଇଁ ସତର ହଜାର ଟଙ୍କା ଚାନ୍ଦା ସଂଗ୍ରହ କରିଥିଲେ । ୧୯୩୯ ମସିହାରେ ସାର୍ ଅଷ୍ଟେନ୍ ହବାକ୍ କଟକ ନାରୀ ସଂଘ ସଦନର ଶୁଭ ପ୍ରଦାନ କରି ୧୯୪୦ରେ ଏହାକୁ ଉଦ୍ଘାଟନ କରିଥିଲେ । ସାର୍ ହବାକ୍ ଥିଲେ ଜଣେ ମହାନ୍ ଆଦର୍ଶସ୍ଥାନୀୟ ବ୍ୟକ୍ତି । ୧୯୩୬ ମସିହାରେ ଓଡ଼ିଶାର ଲାଟ୍ ହୋଇ ଆସି ସାରିବା ପରେ ସେ ଓଡ଼ିଶାର ମାଳ ଅଞ୍ଚଳ ଗସ୍ତ କରିବା ନିମନ୍ତେ ମନ ବଳାଇଲେ । ଏ ଖବର କୋରାପୁଟରେ ରାଜକର୍ମଚାରୀମାନଙ୍କ ମଧ୍ୟରେ ବେଶ୍ ଚହଳ ପକାଇଥିଲା । ସେମାନେ ଲାଟ ସାହବ ଓ ତାଙ୍କର କର୍ମଚାରୀମାନଙ୍କ ଖାଇବା, ପିଇବା ଓ ରହିବାର ସୁବନ୍ଦୋବସ୍ତ ନିମନ୍ତେ ଲାଗିପଡ଼ିଲେ । ବେଠିଆ ପଠାଇ ରାମଗିରି ଅଞ୍ଚଳର ଗାଁ ଗଣ୍ଡାରୁ ଚାଉଳ, ଡାଲି, ଘିଅ, କାଠ, ଲୋକଙ୍କ ବାଡିରୁ ପନିପରିବା, ଭାଡିରୁ କୁକୁଡା, ଗୁହାଳରୁ ଦୁଧିଆଳି ଗାଈ ଧରି ଆଣିଲେ । ଏ କଥା କ'ଣ ଲାଟ ସାହେବ ଜାଣନ୍ତି ? ଲାଟ ସାହେବଙ୍କ ଗସ୍ତ ଶେଷ ହେଲା । ରାମଗିରି ଅଞ୍ଚଳର ଲୋକେ ସର୍ବସ୍ୱ ହରାଇ ବଡ଼ ହଇରାଣ ହରକତରେ କାଳାତିପାତ କଲେ । ସେମାନଙ୍କର ଅବସ୍ଥା କହିଲେ ନସରେ ।
ସେହି ସମୟରେ କୋରାପୁଟର ମହାନ୍ ଆଦିବାସୀ ନେତା ଲକ୍ଷ୍ମଣ ନାଏକଙ୍କ କାନରେ ଏହି ଖବର ପଡ଼ିଲା । ସେ ସମ୍ଭାଳି ହୋଇ ରହିପାରିଲେ ନାହିଁ । ଏ ସମ୍ପର୍କରେ ସେ କୋରାପୁଟର ଅନ୍ୟତମ ବିପ୍ଳବୀ ନେତା ନୀଳକଣ୍ଠ ପାତ୍ର ଓ ରାଧାକୃଷ୍ଣ ବିଶ୍ୱାସରାୟ (କୋରାପୁଟ ଗାନ୍ଧି)ଙ୍କ ସହ ଆଲୋଚନା କଲେ । ସେମାନେ ଏହି ଘଟଣାକୁ ବିଶଦ୍ ଭାବରେ ଲେଖି 'ସମାଜ' ଖବର କାଗଜକୁ ପଠାଇଲେ । 'ସମାଜ'ରେ ତାହା ପ୍ରକାଶ ପାଇଲା । ରାଜ୍ୟ ସାରା ଲୋକେ ଏକଥା ଜାଣିଲେ । ଏହି ଖବର ସରକାରଙ୍କ ଦୃଷ୍ଟିକୁ ଆସିଲା । ଲାଟସାହେବ ଜନ୍ ଅଷ୍ଟେନ୍ ହବାକ୍ ଏ ଖବର ଶୁଣି ଅତ୍ୟନ୍ତ ମର୍ମାହତ ହେଲେ । ଶୀଘ୍ର ଲୋକଙ୍କୁ କ୍ଷତି ପୂରଣ ଦେବା ନିମନ୍ତେ ନିର୍ଦେଶ ପ୍ରଦାନ କଲେ । ଲୋକେ କ୍ଷତି ପୂରଣ ପାଇଲେ । ଏହା ଥିଲା ଲାଟସାହେବ ଜନ୍ ଅଷ୍ଟେନ ହବାକ୍ଙ୍କ ଅନ୍ୟ ଏକ ମାନବିକତା । ସେକାଳ ଆଉ ନାହିଁ ।
ବିଶ୍ୱନାଥ ଦାସ (ସଂକ୍ଷିପ୍ତ ଜୀବନୀ) :
ସ୍ୱତନ୍ତ୍ର ଓଡ଼ିଶାର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ବିଶ୍ୱନାଥ ଦାସ । ୧୯୩୫ ମସିହା ଭାରତ ଶାସନ ଆଇନ ବଳରେ ଓଡ଼ିଶା ସମେତ ଦେଶର ଏଗାରଟି ପ୍ରଦେଶରେ ୧୯୩୭
ଓଡ଼ିଶା ରାଜନୀତିର ଇତିହାସ . ୩୧