୨୦୦୭ ମସିହା ମେ ମାସ ପ୍ରଥମ ସପ୍ତାହର ଏକ ଶୀତଳ ଅପରାହ୍ଣ; ଯାଇଥିଲି "ସମ୍ବାଦ' ଅଫିସ୍କୁ । ପାଖରେ ଥାଏ ଗୋଟିଏ ଲେଖା "ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ଗଭର୍ଣ୍ଣର, ବିଧାନସଭା ଓ ମନ୍ତ୍ରିମଣ୍ଡଳ" । କାମ ସାରି 'ସମ୍ବାଦ' ଅଫିସରୁ ବାହାରି ଆସିବା ବେଳେ ଶୁଣିଲି, ସେଠାରେ 'ପୌରୁଷ' ପାଇଁ ଲେଖା ନିଆଯାଉଛି । ଅସିତ ମହାନ୍ତି ଅଛନ୍ତି ଏହାର ଦାୟିତ୍ୱରେ । ସେତେବେଳେ ସେଠାରେ ସେ ନଥିଲେ । ପାଖରେ ଥିବା ଲେଖାଟିକୁ ତାଙ୍କର ଜଣେ ସହକର୍ମୀ ବନ୍ଧୁଙ୍କୁ ଦେଇ କହିଲି, "ଏହା 'ପୌରୁଷ' ପାଇଁ ।" ଲେଖାଟି ଜୁନ୍ ୨୦୦୭ ସଂଖ୍ୟାରେ ପ୍ରକାଶ ପାଇଲା । ଜୁଲାଇ ମାସରେ ଶ୍ରୀଗୁଣ୍ଡିଚା । ସେହି ଉପଲକ୍ଷେ ଜଗନ୍ନାଥ ତତ୍ତ୍ୱ ଉପରେ ଅନ୍ୟ ଗୋଟିଏ ଲେଖା 'ପୌରୁଷ' ପାଇଁ 'ସମ୍ବାଦ' ଅଫିସ୍ରେ ଦେଇ ଆସିଥଲିି । କିନ୍ତୁ ଲେଖାଟିକୁ ଜୁନ୍ ସଂଖ୍ୟାର 'ପୌରୁଷ' କପି ସହ ଅସିତବାବୁ ମୋ ପାଖକୁ ପଠାଇ ଦେଲେ । ଦିନେ ସନ୍ଧ୍ୟାରେ ଫୋନ୍ କରି କହିଲେ, "ଆପଣଙ୍କ ଲେଖା 'ପୌରୁଷ'ର 'ଓଡ଼ିଶା ଅଧ୍ୟାୟ' ବିଭାଗରେ ପ୍ରକାଶ ପାଇଛି । ସେହି କ୍ରମରେ ଅନ୍ୟ ଲେଖାମାନ ଦିଅନ୍ତୁ ।"
ଜୁଲାଇ-୨୦୦୭ ସଂଖ୍ୟା ପାଇଁ "ସ୍ୱତନ୍ତ୍ର ଓଡ଼ିଶାର ପ୍ରଶାସକଗଣ" ଶୀର୍ଷକରେ ଲେଖାଟିଏ ପଠାଇଲି । ତାହା ଯଥାବିଧି ପ୍ରକାଶ ପାଇଲା । ପୁଣି ସେହି ସଂଖ୍ୟାରେ ପ୍ରକାଶ ପାଇଥିଲା ଜଟଣୀର ଜଣେ ପାଠିକା ନୀହାର ନଳିନୀ ପରିଡ଼ାଙ୍କର ଏକ ପତ୍ର । ସେ ଲେଖିଥିଲେ, "ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ଗଭର୍ଣ୍ଣର, ବିଧାନସଭା ଓ ମନ୍ତ୍ରିମଣ୍ଡଳ" ଲେଖାଟି ବେଶ୍ ତଥ୍ୟପୂର୍ଣ୍ଣ । ଲେଖାର ଭାଷା ଓ ଉପସ୍ଥାପନା ମଧ୍ୟ ଖୁବ୍ ମାର୍ଜିତ । କ୍ରମାନ୍ୱୟରେ 'ଓଡ଼ିଶା ଅଧ୍ୟାୟ'ରେ ଅଧିକ ଲେଖା ଲେଖିବାକୁ ସେ ଲେଖକଙ୍କୁ ଅନୁରୋଧ କରିଥିଲେ । ତାହା ପଢ଼ିବା ପରେ ମୋ ମନରେ ଅଫୁରନ୍ତ ପ୍ରେରଣା ଓ ଉତ୍ସାହ ସୃଷ୍ଟି ହେଲା । ଏହି ଗୁରୁ ଦାୟିତ୍ୱ ମୋତେ ତୁଲାଇବାକୁ ହେବ ବୋଲି ସ୍ଥିର କରିନେଲି । ଅନ୍ୟ କୌଣସି ଲେଖା ପ୍ରତି ବିଶେଷ ଧ୍ୟାନ ନ ଦେଇ ଓଡଶି଼ା ସମ୍ପକର୍ତି ରାଜନୈତିକ ତଥ୍ୟମାନ ସଂଗହ୍ର କରି ଲେଖିବାରେ ଲାଗଗିଲି । ବହୁ ପରିଶମ୍ର କରବିାକୁ ପଡ଼ୁଥିଲା । ବହୁ ବିଜ୍ଞ ପାଠକ, ଲେଖକ ଓ ଅଧ୍ୟାପକ ବନ୍ଧଙ୍କୁ ପାଖରୁ ଉତ୍ସାହ ଓ ପ୍ରେରଣା ବି ମିଳୁଥିଲା । ଲେଖା ଚାଲଥିାଏ ଏବଂ ପକ୍ରାଶ ବି ପାଉଥାଏ । ଅସିତବାବୁ ତାଗିଦ୍ କରି ଠିକ୍ ସମୟରେ ମୋ'ଠାରୁ ଲେଖା ସଂଗ୍ରହ କରି ନେଇ ଯାଉଥାଆନ୍ତି । ପାଠକଙ୍କ ପାଖରୁ ପଶ୍ରଂସା ସହ ରୁଚିପୂର୍ଣ୍ଣ ମନ୍ତବ୍ୟ ଓ ପରାମର୍ଶ ମଧ୍ୟ ମିଳୁଥାଏ ।