ବ୍ରିଟିଶ ସରକାର ରାଜାମାନଙ୍କ ଗତିବିଧି ପ୍ରତି ସତର୍କ ଦୃଷ୍ଟି ରଖିଥିଲେ ହେଁ ଅନେକ ରାଜା ମନୋମୁଖୀ ଶାସନ ଚଳାଇ ପ୍ରଜାମାନଙ୍କୁ ନିର୍ଯ୍ୟାତନା ଦେଉଥିଲେ । ନାରୀଧର୍ଷଣ, ନରହତ୍ୟା, ବେଠି, ବେଗାରି ଆଦି ଜଘନ୍ୟ କାର୍ଯ୍ୟରେ ଲିପ୍ତ ରହୁଥିଲେ । ପ୍ରଜାମାନେ ଦୁଃଖ ଯନ୍ତ୍ରଣା ମୁଣ୍ଡପାତି ସହୁଥିଲେ । ପଲ୍ଟିକାଲ ଏଜେଣ୍ଟ, ରେଭେନ୍ୟୁ କମିଶନର, ରେସିଡେଣ୍ଟ କମିଶନର ଆଦି ପଦସ୍ଥ ଅଧିକାରୀମାନେ ପରିଦର୍ଶନରେ ଆସିଲେ ସେମାନଙ୍କୁ ଉତ୍ତମ ସତ୍କାର କରାଯାଇ ବଶୀଭୂତ କରିଦିଆଯାଉଥିଲା । ଢେଙ୍କାନାଳ, ତାଳଚେର, ନୀଳଗିରି, ରଣପୁରରେ ରାଜାମାନଙ୍କର ଅତ୍ୟାଚାର ସବୁଠାରୁ ଅଧିକ ଥିଲା । ଫଳରେ ଏସବୁ ରାଜ୍ୟରେ ପ୍ରଜାମଣ୍ଡଳ ଗଠନ କରାଯାଇ ଗଣ ଆନ୍ଦୋଳନ ସୃଷ୍ଟି ହୋଇଥିଲା ।
ଗଡ଼ଜାତ ରାଜ୍ୟମାନଙ୍କ ସଂକ୍ଷିପ୍ତ ବିବରଣୀ :
ପାଟଣା ରାଜ୍ୟ ୧୯୦୫ ମସିହାରେ ମଧ୍ୟ-ପ୍ରଦେଶରୁ ଆସି ଓଡ଼ିଶାରେ ମିଶିଲା । ବଲାଙ୍ଗୀର ଏହି ରାଜ୍ୟର ରାଜଧାନୀ । ଏହି ରାଜ୍ୟର କ୍ଷେତ୍ରଫଳ ୨୩୯୯ ବର୍ଗମାଇଲ । ୧୭୬୬ଟି ଗ୍ରାମ ଓ ଗୋଟିଏ ସହର ଏହି ରାଜ୍ୟର ଅନ୍ତର୍ଭୁକ୍ତ । ଏହି ରାଜ୍ୟର ଶେଷ ସ୍ୱାଧୀନ ଶାସକ ହେଲେ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ । ତାଙ୍କର ଜନ୍ମ ୧୯୧୨ ମସିହା ମାର୍ଚ୍ଚ ମାସ୧୨ ତାରିଖ । ତାଙ୍କ ପୂର୍ବର ରାଜା ପୃଥୀରାଜ ଦେବ ଅପୁତ୍ରକ ଥିବାରୁ ରାଜେନ୍ଦ୍ର ନାରାୟଣଙ୍କୁ ଷଢେ଼ଇକଳା ରାଜ୍ୟରୁ ପୋଷ୍ୟପୁତ୍ର କରି ଆଣିିଥିଲେ । ରାଜେନ୍ଦ୍ର ନାରାୟଣ ପଞ୍ଜାବର ପାତିଆଲା ମହାରାଜାଙ୍କ କନ୍ୟାଙ୍କର ପାଣିଗ୍ରହଣ କରିଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ୮.୩.୧୯୬୭ ରୁ ୯.୧.୧୯୭୧ ପର୍ଯ୍ୟନ୍ତ ବହନ କରିିଥିଲେ । ୨୩.୨.୧୯୭୫ ରେ ତାଙ୍କର ପରଲୋକ ହୋଇଗଲା ।
ସୋନପୁର ପ୍ରଥମେ ପାଟଣାରାଜ୍ୟ ଅଧୀନରେ ଥିଲା । ୧୫୬୦ରେ ସମ୍ବଲପୁରର ରାଜା ମଧୁକର ରାୟ ଏହାକୁ ପାଟଣାରୁ ଅଲଗା କରିଦେଲେ । ଏହି ରାଜ୍ୟର ଆୟତନ ୯୦୬ ବର୍ଗମାଇଲ । ୨ଟି ସହର
୫୬ . ଓଡ଼ିଶା ରାଜନୀତିର ଇତିହାସ