ସଙ୍ଗେ ଓଡ଼ିଶା ହେବ ଭାରତର ଏକ ଅଗ୍ରଣୀ ପ୍ରଦେଶ । ଶେଷରେ ମାନ୍ୟବର ରାଜ୍ୟପାଳ କହିଲେ, ବିଧାୟକମାନେ ଜନସାଧାରଣ ହାସଲ କରିିଥିବା ନବଜାତ ସ୍ୱାଧୀନତା ରୂପକ ଶିଶୁକୁ ବଳିଷ୍ଠ କରି ଗଢ଼ି ତୋଳନ୍ତୁ । ସର୍ବଶକ୍ତିମାନ ଈଶ୍ୱର ଆପଣଙ୍କ ବିଚାର ବୁଦ୍ଧିରେ ଚିର ସହାୟକ ହୁଅନ୍ତୁ ।"
ମାନ୍ୟବର ରାଜ୍ୟପାଳଙ୍କ ଭାଷଣ ପରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଏକ ସ୍ମରଣୀୟ ପ୍ରସ୍ତାବ ଆଗତ କରିିଥିଲେ:
"ଏହି ବିଧାନସଭା ସ୍ୱାଧୀନତାର ଆଗମନ ତଥା ପ୍ରାଦେଶିକ ସ୍ୱାୟତ୍ତ ଶାସନ କ୍ଷମତା ଲାଭକରି ଆନନ୍ଦ ସହକାରେ ହୃଦୟର ଗଭୀର କୃତଜ୍ଞତା ଜ୍ଞାପନ କରୁଛି ସେହି ମହାନ୍ ଜାତୀୟ ନେତୃବର୍ଗ, ମହାତ୍ମାଗାନ୍ଧି, ଓଡ଼ିଶାର ଜାତୀୟବାଦୀ ଜନକ ପଣ୍ଡିତ ଗୋପବଂଧୁ ଦାସ ଏବଂ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ଆତ୍ମବଳି ଦେଇଥିବା ଅଗଣିତ ସଂଗ୍ରାମୀ ଓ ଯୋଦ୍ଧାମାନଙ୍କୁ ।"
ଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ମହତାବ ସଂକ୍ଷିପ୍ତ ଭାବରେ ଦେଶର ସ୍ୱାଧୀନତା ସଂଗ୍ରାମର ଘଟଣାବଳୀ ଓ ମହାତ୍ମାଗାନ୍ଧିଙ୍କ ଅହିଂସା ଓ ଅସହଯୋଗ ଆନ୍ଦୋଳନର ଅସୀମ ଶକ୍ତି ସମ୍ପର୍କରେ ବର୍ଣ୍ଣନା କରିିଥିଲେ । ସ୍ୱାଧୀନତା ସଂଗ୍ରାମୀ ଓ ଆତ୍ମବଳି ଦେଇଥିବା ବ୍ୟକ୍ତିମାନଙ୍କ କୀର୍ତ୍ତିିର ସ୍ମାରକୀ ସ୍ୱରୂପ ଅଗଷ୍ଟ ୧୫ ତାରିଖକୁ ଏ ରାଜ୍ୟର ଜନସାଧାରଣ ଓ ବିଧାନସଭା ସଦସ୍ୟଗଣ ପ୍ରତିବର୍ଷ ସ୍ୱାଧୀନତା ଉତ୍ସବ ଭାବରେ ପାଳନ କରିବେ ବୋଲି ପ୍ରସ୍ତାବ ଆଗତ କରିିଥିଲେ । ତାଙ୍କର ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।
ସ୍ୱାଧୀନତା ପରେ ଓଡ଼ିଶା କାହିିଁକି ଭାରତର ବିଭିନ୍ନ ଗଡ଼ଜାତ ରାଜ୍ୟର ଶାସକ ରାଜାମାନେ ନିଜକୁ ଓ ନିଜ ରାଜ୍ୟକୁ ସ୍ୱତନ୍ତ୍ର ଓ ସାର୍ବଭୌମ ଭାବରେ ଗଢ଼ିତୋଳିବାପାଇଁ ଉଦ୍ୟମ ଅବ୍ୟାହତ ରଖିଲେ, ଯାହାକି ନୂତନ କେନ୍ଦ୍ର ସରକାରଙ୍କପାଇଁ ମୁଣ୍ଡବ୍ୟଥାର କାରଣ ଭାବରେ ଦେଖାଗଲା । ଓଡ଼ିଶାର ଗଡ଼ଜାତ ରାଜ୍ୟର ଶାସକ ରାଜାମାନେ ଇଷ୍ଟର୍ଣ୍ଣ ଷ୍ଟେଟ୍ ଫେଡ଼େରାଲ ଇଉନିଅନ୍ ସହ ସାମିଲ ହୋଇ ଓଡ଼ିଶା ପ୍ରଦେଶ ସହ ମିଶିବାପାଇଁ ଧରାଛୁଆଁ ଦେଲେନାହିିଁ । ସ୍ୱତନ୍ତ୍ର ସାର୍ବଭୌମ କ୍ଷମତା ହାସଲପାଇଁ ବିଭିନ୍ନ ସମୟରେ ଆଲୋଚନା ଓ ବୈଠକମାନ ଅନୁଷ୍ଠିତ କରିବାରେ ଲାଗିଲେ ।
୬୮ . ଓଡ଼ିଶା ରାଜନୀତିର ଇତିହାସ