ସଂଗଠନ ଜରିଆରେ ଷଢେ଼ଇକଳା, ଖରସୁଆଁ ରାଜ୍ୟରେ କାର୍ଯ୍ୟକ୍ରମ ଚାଲୁରଖିଲେ । ବିହାର ପ୍ରାଦେଶିକ ସରକାର ଚାହୁିଁଥିଲେ ଯେ, ଷଢେ଼ଇକଳା ଓ ଖରସୁଆଁ ବିହାରରେ ରହୁ । କାରଣ ଏହି ଅଂଚଳର ଅଧିକାଂଶ ହେଉଛନ୍ତି ଆଦିବାସୀ ସଂପ୍ରଦାୟର । ଭୌଗୋଳିକ ଦୃଷ୍ଟିରୁ ସିଂହଭୂମି ଜିଲ୍ଳାର ଅଧିବାସୀ । ଏହି ବିବାଦପାଇଁ ଓଡ଼ିଶା ଓ ବିହାର ମଧ୍ୟରେ ମନୋମାଳିନ୍ୟ ଦେଖାଗଲା । ଷଡ଼ଯନ୍ତ୍ରକାରୀ ରାଜାମାନେ ଏହାର ସୁଯୋଗ ନେଲେ । ଏହି ଦୁଇ ରାଜ୍ୟରେ ଗଣ୍ଡଗୋଳର ସୂତ୍ରପାତ ହେଲା । ଓଡ଼ିଶା ସରକାର 'ଇଉନିଅନ୍ ମୁଭ୍ମେଣ୍ଟ'କୁ ନିଷେଧ କରିଦେଲେ । ଆଦିବାସୀମାନେ ଆନ୍ଦୋଳନ କଲେ ଯେ ଷଢ଼େଇକଳା, ଖରସୁଆଁ ବିହାରରେ ରହୁ । ଏ ଆନ୍ଦୋଳନରେ ବହୁ ଓଡ଼ିଆ ଭାଷାଭାଷୀମାନେ ମଧ୍ୟ ଅଜାଣତରେ ସାମିଲ ହୋଇଗଲେ । ଷଢେ଼ଇକଳା, ଖରସୁଆଁ ପରିସ୍ଥିତି ବହୁତ ଖରାପ ହୋଇଉଠିଲା । ଦୁଇ ରାଜ୍ୟରେ ମିଲିଟାରୀ ପ୍ରବେଶ କଲେ । ଶେଷରେ ଭାରତ ସରକାର ନିଷ୍ପତ୍ତି ନେଲେ ଯେ, ଷଢେ଼ଇକଳା ଓ ଖରସୁଆଁ ଦୁଇଟି ରାଜ୍ୟ ସିଂହଭୂମିର ଦୁଇଟି ଦ୍ୱୀପ କହିଲେ ଚଳେ । ଓଡ଼ିଶା ଓ ବିହାର ଦାବି କରୁଛନ୍ତି ନିଜ ପ୍ରଦେଶରେ ଏହି ଦୁଇ ରାଜ୍ୟକୁ ମିଶାଇବା ପାଇଁ । ଏହି ଦୁଇଟି ରାଜ୍ୟ ସିଂହଭୂମି ଜିଲ୍ଲାରେ ଥାଉ । ପରବର୍ତ୍ତୀ ସମୟରେ ସିଂହଭୂମି ଯେଉଁ ପ୍ରଦେଶରେ ରହିବ ଏହି ରାଜ୍ୟ ଦୁଇଟି ସେହି ପ୍ରଦେଶରେ ସାମିଲ୍ ହେବ । ପରବର୍ତ୍ତୀ ସମୟରେ ସିଂହଭୂମି ବିହାର ପ୍ରଦେଶରେ ରହିଲା । ଓଡ଼ିଶା ହରାଇଲା ଦୁଇଟି ଗଡ଼ଜାତ ରାଜ୍ୟ । ଏହା ଓଡ଼ିଶାବାସୀଙ୍କୁ ଅସୁଖୀ କଲା ।
ଭାରତ ସରକାର ତା୨୭.୭.୧୯୪୯ରେ ରାଜ୍ୟ ମିଶ୍ରଣ ବିଜ୍ଞପ୍ତି ପ୍ରକାଶ କଲେ । ଏହି ବିଜ୍ଞପ୍ତି ଭାରତର ମାନ୍ୟବର ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଓ ଶାସନ ସଚିବ ମିଃ କେ.ଭି.କେ ସୁନ୍ଦରମ୍ଙ୍କ ସ୍ୱାକ୍ଷରରେ ପ୍ରକାଶ ପାଇଥିଲା । ଏହି ସରକାରୀ ବିଜ୍ଞପ୍ତିରେ ଉଲ୍ଲେଖ ଥିଲା, କେଉଁ ଗଡ଼ଜାତ ରାଜ୍ୟଗୁଡ଼ିକ କେଉଁ ପ୍ରଦେଶରେ ସାମିଲ ହେଲା । ଏହା ବ୍ୟତୀତ ଗଡ଼ଜାତ ରାଜ୍ୟଗୁଡ଼ିକପାଇଁ ବିଧାନସଭାର କେତୋଟି ମନୋନୀତ ଆସନ ରହିବ, ଏହାର ସଭ୍ୟମାନେ କିଭଳି ମନୋନୀତ ହେବେ ଇତ୍ୟାଦି ।
ସେହି ବିଜ୍ଞପ୍ତିରେ ଓଡ଼ିଶାର ଚବିଶଟି ଗଡ଼ଜାତ ରାଜ୍ୟ ପାଇଁ ୩୧ ଜଣ ମନୋନୀତ ସଭ୍ୟ ରହିବାର ଉଲ୍ଲେଖ ଥିଲା । ଏହି ସଭ୍ୟମାନଙ୍କର ଯୋଗ୍ୟତା ଓ କିପରି ସେମାନେ ମନୋନୀତ ହେବେ, ସେ ସମ୍ପର୍କରେ ବିଶେଷ ତଥ୍ୟ ରହିିଲା । ପୂର୍ବରୁ ଓଡ଼ିଶା ପ୍ରଦେଶ ବିଧାନସଭାର ସଦସ୍ୟ ସଂଖ୍ୟା ଥିଲା ୬୦ । ଏହି ବିଜ୍ଞପ୍ତି ବଳରେ ସଦସ୍ୟ ସଂଖ୍ୟା ହେଲା ୯୧ । ନିମ୍ନମତେ ୩୧ ଜଣ ସଭ୍ୟ ମନୋନୀତ ହୋଇପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । ଏମାନଙ୍କୁ ନେଇ ସ୍ୱତନ୍ତ୍ର ଏକ ଆସେମ୍ଲି ଗଠିତ ହେଲା । ମୟୂରଭଞ୍ଜ-୬; ବାମଣ୍ଡା-୧; ଢେ଼ଙ୍କାନାଳ-୨; କଳାହାଣ୍ଡି-୪; ନୟାଗଡ଼-୧; ପାଟଣା-୪; ବଣେଇ, ଗାଙ୍ଗପୁର -୩; କେଉଁଝର, ନୀଳଗିରି-୪; ଆଠଗଡ଼, ବଡ଼ମ୍ବା, ଦଶପଲା୍ଲ , ହିନ୍ଦୋଳ, ଖଣ୍ଡପଡ଼ା, ନରସିଂହପୁର, ରଣପୁର, ତିଗିରିଆ, ପାଲଲହଡା ଓ ତାଳଚେର-୩; ଆଠମଲ୍ଲିକ, ବୌଦ୍ଧ, ରେଢ଼ାଖୋଲ, ସୋନପୁର-୩ ।
ଓଡ଼ିଶା ରାଜନୀତିର ଇତିହାସ . ୭୩