ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୦୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଅସାଧାରଣ ପ୍ରତିଭାସଂପନ୍ନ ଶିକ୍ଷକ

ରାମଚନ୍ଦ୍ର ଆଚାର୍ଯ୍ୟ

ପ୍ରଫେସର ଜଗନ୍ନାଥ ମହାନ୍ତି

" ବହୁଦିନ ପରେ ଓଡିଶାର ଭାଗ୍ୟ ପରିବର୍ତ୍ତନ ହେବ। ଓଡିଶାର ଲୁପ୍ତ ଗୌରବ-ବିଭବ, ଧର୍ମକର୍ମ, ଶୌର୍ଯ୍ୟବୀର୍ଯ୍ୟ, ସୁଖ ସମୃଦ୍ଧିର ପୁନରୁଦ୍ଧାର ହେବ। ଓଡିଆତ୍ୱ ପୁନର୍ବାର ବିକଶି ଉଠିବ। ଉତ୍କଳ ଜନନୀର ସନ୍ତାନ ଗଣ ନବଜୀବନଲାଭକରି ପୁଣି ଜାଗି ଉଠିବ। ବଳ ଜନରେ ବଳୀୟାନ୍ ହୋଇ ନୂତନ ଉତ୍ସାହ-ଉନ୍ମାଦନାରେ ଅନୁପ୍ରାଣିତ ହୋଇ ପୁନର୍ବାର ମାତୃଭୂମିର ଗୌରବ-ଗାରିମା ବଢ଼ାଇବେ, ସନ୍ଦେହ ନାହିଁ। ସେମାନେ ଶିଳ୍ପ,ସାହିତ୍ଯ ,ବିଜ୍ଞାନ , ବାଣିଜ୍ଯ , ସକଳ କ୍ଷେତ୍ରରେ ପୁଣି ବିଜୟ -ବୈଜୟନ୍ତୀ ଉଡାଇ ଭାରତକୁ ମୁଗ୍ଧ କରିବେ।ଓଡିଆ ଜାତି ଅତ୍ଯୁନ୍ନତ, ଅତି ଉଦାର ହୋଇ ଉଠିବ। ସାରା ଭାରତର ଅନ୍ଯାନ ସୁସଭ୍ଯ ଜାତିମାନ ଙ୍କ ସମକକ୍ଷ ହୋଇ ଠିଆହେବ। ଦେଶ ତମାମ ସ୍ବାଧୀନ ଚିନ୍ତା , ସ୍ବାଧୀନ କର୍ମ ଅହିଂସା, ଉଦାରତାର ସ୍ବଛ ସୁନ୍ଦର ଉର୍ମିମାଳା ମାତିଯିବ। ଓଡ଼ିଆଜାତି ଉପରେ ଶାସନର ଅନୁକୂଳ ଦୃଷ୍ଟି