ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୦୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଥିଲା ନିରବର୍ଚ୍ଛି ନ । ରାମଚନ୍ଦ୍ରଙ୍କ ବାଗ୍ମିତା ଥିଲା ଅନୁକରଣୀୟ ଏବଂ ବଦାନ୍ୟତା ଓ ବଂଧୁପ୍ରୀତି ଥିଲା ଆକର୍ଷଣୀୟ ।


ସାହିତ୍ୟ, ସଂସ୍କୃତି ଓ ଧର୍ମାନୁଷ୍ଠାନରେ ରାମଚନ୍ଦ୍ରଙ୍କର ଥିଲା ବିଶେଷ ଆଗ୍ରହ । ସେ ବିଭିନ୍ନ ଧର୍ମ ପୁସ୍ତକ ଅଧ୍ୟୟନ କରୁଥିଲେ ,ଏବଂ ଗୀତା ଥିଲା ତାଙ୍କର ପ୍ରିୟତମ ଗ୍ରନ୍ଥ । ନିୟମିତ ପୂଜାପାଠ ଓ ଧର୍ମକର୍ମ ସତ୍ତ୍ୱେ ଥିଲା ତାଙ୍କଠାରେ ରକ୍ଷଣଶୀଳତା ନଥିଲା । ସମାଜର ଉଚ୍ଚଶ୍ରେଣୀଗୁଡିକ ମଧ୍ୟରେ ଥିବା କୁସଂସ୍କାର ଓ ଅନ୍ଧବିଶ୍ବାସ ବିରୁଦ୍ଧରେ ସେ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ । ସେ ତତ୍କାଳୀନ ସମାଜ ସଂସ୍କାରକ ଶୀବତ୍ସ ପଣ୍ଡା , ଜୟମଙ୍ଗଳ ରଥ ଓ ଶଶୀଭୁଷଣ ରଥଙ୍କ ସହଯୋଗରେ ବ୍ରାହ୍ମଣମାନଙ୍କ ମଧ୍ୟରେ ପ୍ରବିଷ୍ଟ କୁସଂକ୍କାର ବିରୁଦ୍ଧରେ କାର୍ଯ୍ୟ କରିଥିଲେ । ପର୍ଦ୍ଦାପ୍ରଥା , ବଳିପ୍ରଥା , ଅସ୍ପୃଶ୍ୟତା ଆଦି ସଂପର୍କରେ ତାଙ୍କର ଆନ୍ଦୋଳନ ଥିଲା । ପ୍ରଶଂସନୀୟ ନାରୀ ଶିକ୍ଷାର ପକ୍ଷ୍ୟପାତୀ ହୋଇ ସେ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରସାର ଦିଗରେ ବହୁକାର୍ଯ୍ୟ କରିଥିଲେ । ତାଙ୍କର ବୀର ଓଡିଆ , କମଳ କୁମାରୀ, ବୀରାଙ୍ଗନା' ଆଦି ପୁସ୍ତକମାନଙ୍କରେ ଏହି ଉଗ୍ର ସଂସ୍କାର ମନୋବୃତ୍ତି ଅତି ସ୍ପଷ୍ଟ । ଶିକ୍ଷାଦାନ ଓ ସାରସ୍ୱତ ସାଧନା ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦେଇଥିଲେ ।


ସେତେବେଳେ ଓଡିଶାର ଦକ୍ଷିଣସ୍ଥ ବିଚ୍ଛିନ୍ନାଞ୍ଚଳ ଗୁଡିକ ମଧ୍ୟରେ ଯେଉଁ ଓଡ଼ିଆ ଜାତୀୟତା ଓ ସ୍ବାଭିମାନ ଆତ୍ମ ପ୍ରକାଶ କରିଥିଲା, ସେଥିରେ ରାମଚନ୍ଦ୍ରଙ୍କର ଅବଦାନ କମ୍ ନଥିଲା । ସେ ଉତ୍କଳ ସମ୍ମିଳନୀର କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରୁଥିଲେ ଏବଂ ଓଡ଼ିଶା ସହିତ ବଚ୍ଛିନାଞ୍ଚଳଗୁଡିକର ମିଶ୍ରଣ ତଥା ସେଠାକାର ଓଡିଆମାନଙ୍କ ସ୍ବାର୍ଥରକ୍ଷାପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ବଳିଷ୍ଠ ଭୁମିକା ଥିଲା ଉଲ୍ଲେଖନୀୟ । ଏ ସବୁ ସତ୍ତ୍ୱେ ଅନେକ ସମୟରେ ତାଙ୍କ ପରିବାର ଆର୍ଥିକ ଅସୁବିଧାରେ ସମ୍ମୁଖୀନ ହେଉଥିଲା , ମାତ୍ର ଜଣେ ଆଦର୍ଶ ଶିକ୍ଷକ ଭାବରେ ତାଙ୍କର ପ୍ରତିଷ୍ଠା ଥିଲା ଉଚ୍ଚକୋଟିର ।


ଶିକ୍ଷକତା ପ୍ରତି ରାମଚନ୍ଦ୍ରଙ୍କର ଥିଲା ଅପାର ଶ୍ରଦ୍ଧା । ସେ ରସୁଲକୋଣ୍ଡା (ଭଞନଗର) ପ୍ରଶିକ୍ଷଣ ବିଦ୍ୟାଳୟ ରେ ତାଲିମପ୍ରାପ୍ତ ହୋଉଥିଲେ ।ସେ ବ୍ରହ୍ମପୁର ପୌରପାଳିକା ପରିଚାଳିତ ମି:ଇ: ବିଦ୍ୟାଳୟରେ ପ୍ରଥମେ ସହକାରୀ ଓ ପରେ ପ୍ରଧାନ ଶିକ୍ଷକ ହୋଇଥିଲେ । ସେ କେବଳ ସବୁକ୍ଷେତ୍ରରେ ପାରଙ୍ଗମ ଓ ସବୁ ବିଷୟ ଶିକ୍ଷାଦାନ କରିବାରେ ଦକ୍ଷନଥିଲେ, ସେ ଖୁବ୍ ଛାତ୍ରବତ୍ସଳ ଥିଲେ । ଛାତ୍ରଛାତ୍ରୀଗଣଙ୍କ ବ୍ୟକ୍ତିତ୍ବର ବହୁମୁଖୀ ବିକାଶ ପାଇଁ ସେ ବିଭିନ୍ନ ପାଠ୍ୟ