ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୨୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଣ୍ଟନ କରିଥିଲେ । ୧୯୨୦ ମସିହାରେ ବ୍ରାହ୍ମଣୀ ନଈବଢିରେ ସେ ଗୋପବନ୍ଧୁ ଦାସଙ୍କ ସହିତ ଜେନାପୁର ଯାଇ ବନ୍ଯାକ୍ଲିଷ୍ଟ ଲୋକଙ୍କୁ ସେବା ଓ ସାହାଯ୍ଯରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଉତ୍କଳ ଛାତ୍ର ସମ୍ମିଲନୀରେ ଯୁଗ୍ମ ସମ୍ପାଦକ ରୂପେ ସେ ମଧ୍ଯ ଜନହିତକର କାର୍ଯରେ ନିଜକୁ ନିୟୋଜିତ କରିଥିଲେ ।

ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ପଠନସ୍ପୃହା ଅତୀବ ଉଚ୍ଚ କୋଟୀର ଥିଲେ । ବୁଦ୍ଧିମତ୍ତା ଓ ଯୋଗ୍ଯତା ଦୃଷ୍ଟିରୁ ଉଚ୍ଚ ପ୍ରଶାସନିକ ରାଜକର୍ମ ନିମିତ୍ତ ଉପଯୁକ୍ତ ଥିଲେ ମଧ୍ଯ ଜାତି ଗଠନ ମୂଳକ କାର୍ଯ୍ଯ ସ୍ବରୂପ ଶିକ୍ଷାଦାନ କାର୍ଯ୍ଯ ପ୍ରତି ସେ ଅଧିକ ଆକୃଷ୍ଟ ହୋଇଥିଲେ । ସେ ସମୟରେ ଗଞ୍ଜାମ ଜିଲ୍ଲାରେ ଓଡ଼ିଆଶିକ୍ଷକଙ୍କ ଅଭାବ ବିଶେଷଭାବେ ଅନୁଭୁତ ହେଉଥିଲା । ଉତ୍କଳୀୟ ଚେତନାର ଜାଗରଣ ଓ ପ୍ରସାରଣ ଉଦ୍ଦେଶ୍ଯରେ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରତି ଆକୃଷ୍ଟ ହୋଉଥିଲେ ।

୧୯୨୧ ମସିହା ଜୁଲାଇ ମାସରେ ସେ ପାରଳାଖେମୁଣ୍ଡି ହାଇସ୍କୁଲରେ ସରକାରୀ ଶିକ୍ଷକ ରୁପେ ଯୋଗ ଦେଉଥିଲେ । ସେଠାରେ ତାଙ୍କର କାର୍ଯ୍ଯକାଳ ଅତି ଗୁରୁତ୍ବପୁର୍ଣ୍ଣ ଥିଲା । ସେତେବେଳେ ପାରଳାଖେମୁଣ୍ଡି ଅଞ୍ଚଳର ସମସ୍ତ ବିଦ୍ଯାଳୟ ଓ ପାଠଶାଳାରେ ଶିକ୍ଷକ ଓ କର୍ମଚାରୀ ଥିଲେ ତେଲୁଗୁ ଭାଷା ଭାଷୀ । ଓଡ଼ିଆ ସାହିତ୍ଯ ଶ୍ରେଣୀରେ ତେଲଗୁ ଶିକ୍ଷକମାନେ ଅତି ବିକୃତ ଉଚ୍ଚାରଣ ପୁର୍ବକ ଓଡ଼ିଆ ଭାଷାକୁ ପଢ଼ାଉଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ ବିଦ୍ଯାଳୟରେ ଯୋଗଦାନ କରି ଶୁଦ୍ଧ ଓଡ଼ିଆ ଭାଷାରେ ଯେଉଁ ମଧୁର ସମ୍ଭାଷଣ କଲେ, ତାହା ଲଙ୍କାରେ 'ହରି ଶବ୍ଦ' ପରି ଛାତ୍ରମାନଙ୍କ ମନ ମୋହିନେଉଥିଲା । ପାରଳାଖେମୁଣ୍ଡିର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଛାତ୍ରମାନଙ୍କ ଗ ହଣରେ ବୁଲି ଓଡ଼ିଶା ପ୍ରଦେଶ ଗଠନ ସମକ୍ଷରେ ସେ ଦସ୍ତଖତ ସଂଗ୍ରହ କରିଥିଲେ ।

୧୯୨୪ ମସିହା ଜାନୁୟାରୀ ମାସରେ ଶ୍ରୀଯୁକ୍ତ ପଟ୍ଟନାୟକ ଆସିକା ହାଇସ୍କୁଲର ସହକାରୀ ଶିକ୍ଷକ ରୁପେ ଯୋଗଦାନ କରିଥିଲେ । ଏହି ସମୟରେ ଭାରତ ସରକାରଙ୍କ ଗଠିତ ଫିଲି୍ଫ୍ଡ଼୍ଫ୍ କମିଶନ ଗଞ୍ଜାମ ପରିଦର୍ଶନ କରିଥିଲେ । ସମସ୍ତ ସ୍କୁଲ ଶିକ୍ଷକ ଏବଂ ଛାତ୍ର ସମାଜ ସହ ଗଞ୍ଜାମ ଜିଲ୍ଲାର ପୁର ପଲ୍ଲୀରେ ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ ସେ ଯେଉଁ ଜନ ଜାଗରଣ ସୃଷ୍ଟି କରିଥିଲେ , ତାହାର ଫଳ ସ୍ବରୁପ କମିଶନ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଅନୁକୂଳ ମତପୋଷଣ କରିଥିଲେ । ୧୯୩୧-୩୨ ମସିହାରେ ଓଡ଼ନେଲ କମିଶନର ପରିଦର୍ଶନ ବେଳେ ସେ ଅନୁରୂପ ବ୍ଯବସ୍ଥାମାନ କରିଥିଲେ ।

୧୧୨