ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୨୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋଟିଏ ବୃତ୍ତି ଦୁଇବର୍ଷ ପାଇଁ ସେ ଲାଭ କରିଥିଲେ । ପରବର୍ତ୍ତୀ ବର୍ଷ ସେ ଆଇ•ଏ• ପାଶ କଲେ । ୧୯୨୧ମସିହାରେ ସେ ଗଣିତ ଓ ଅର୍ଥନୀତି ବିଷୟ ଥାଇ ବି•ଏ• ପାଶ କଲେ । ଓଡିଶାରେ ସେ ସମୟରେ ଏମ୍•ଏ• ପରୀକ୍ଷାର ବ୍ୟବସ୍ଥା ନଥିଲା । ଫଳତଃ ସମ୍ବଳ ଅଭାବରୁ ସେ ଓଡିଶା ବାହାରକୁ ଯାଇ ଅଧିକ ପଢ଼ିପାରିଲେ ନାହିଁ । ଏଣୁ ଅନିଚ୍ଛାସତ୍ୱେ କର୍ମକ୍ଷେତ୍ରରେ ପ୍ରବେଶ କଲେ ।

ବି•ଏ• ଚତୁର୍ଥ ବାର୍ଷିକ ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ସେ ରେଭେନ୍‌ସା କଲେଜର ଅର୍ଥନୀତି ସଂସଦର ସମ୍ପାଦକ ଭାବେ 'କଲେଜ ସମ‌ବାୟ ଭଣ୍ଡାର' ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିଥିଲେ । ଅଧ୍ୟୟନ କାଳ ମଧ୍ୟରେ 'ଭାରତ ସେବକ ସମାଜ ଓଡିଶା'ର ସଭ୍ୟ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ତ‌ତ୍ତ୍ୱାବଧାନରେ 'ସେବା ସମ‌ବାୟ ଭଣ୍ଡାର' ସ୍ଥାପନ କରି ସେ ଏହାର ସଭପତି ରୂପେ କାର୍ଯ୍ୟ କରିଥିଲେ । ଏହା ଥିଲା ତାଙ୍କର ସେ ସମୟର ଏକ ଉଲ୍ଲେଖନୀୟ କାର୍ଯ୍ୟ ।

ଉଚ୍ଚବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ପର୍ଶୁରାମ ବର୍ମାଙ୍କ ସ‌ହିତ ତାଙ୍କର ପ୍ରତ୍ୟକ୍ଷ ସମ୍ପ‌ର୍କ ଥିଲା । ଏଥିପାଇଁ ସେ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଓ ଦେଶପ୍ରେମୀ ଗୋଦାବରୀଶ ମିଶ୍ରଙ୍କର ସାନ୍ନିଧ୍ୟ ଲାଭ କରିଥିଲେ । କଲେଜ ଜୀବନରେ ସ୍ୱାମୀ ବିଚିତ୍ରାନ‌ନ୍ଦ ଦାସ, ଉତ୍କଳଗୌରବ ମଧୂସୁଦନ ଦାସ, ଦେଶହିତୈଷୀ ବ୍ରଜସୁନ୍ଦର ଦାସ, ବରେଣ୍ୟ ନେତା ଭୁ‌ବନାନ‌ନ୍ଦ ଦାସ, ଯୁବନେତା ନିରଞ୍ଜନ ପଟ୍ଟନାୟକଙ୍କ ନିକଟ ସମ୍ପର୍କରେ ଆସି ସେ ଦେଶାତ୍ମ‌ବୋଧରେ ଅନୁପ୍ରାଣିତ ହୋଇଥିଲେ । ଏତଦ୍‌ବ୍ୟତୀତ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ୍ ଥିଲେ ତାଙ୍କର ସ‌ହପାଠୀ ଓ ବନ୍ଧୁ ଏବଂ ଓଡିଶା ବିଧାନ ସଭାର ପ୍ରଥମ ଉପ-ବାଚସ୍ପତି ଯଦୁମଣି ମଙ୍ଗରାଜ ମଧ୍ୟ ଥିଲେ ତାଙ୍କ ଘନିଷ୍ଠ ବନ୍ଧୁ । ସେଥିପାଇଁ ଏମାଙ୍କ ସ‌ହ ସେ ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମରେ ଜଡ଼ିତ ରହୁଥିଲେ । ଉତ୍କଳ ସମ୍ମିଳନୀ ଦ୍ୱାରା ପରି‌ଚାଳିତ ପ୍ରଦେଶ ମିଶ୍ରଣ ଆନ୍ଦୋଳନ ଉପଲକ୍ଷେ କଟକ ଓ ପୁରୀଠାରେ ଅନୁଷ୍ଠିତ ହେଉଥିବା ସମ୍ମିଳନୀ ଗୁଡିକରେ ସେ ସେଚ୍ଛାସେବକ ଭାବେ ବ‌ହୁ ଗୁରୁଦାୟିତ୍ୱ ବ‌ହ‌ନ କରି ପ୍ରଶଂସାଭାଜନ ହୋଇପାରିଥିଲେ ।

ପୁରୀ ଜିଲ୍ଲାର ଅଠାନ୍ତର ଘାଇ ଭାଙ୍ଗିବା ଯୋଗୁଁ ପ୍ରବଳ ବନ୍ୟା ଏବଂ ଏହା ପରେ ଅନାବୃଷ୍ଟି ଯୋଗୁଁ ଦେଶରେ ଅନ‌ଟନ ସୃଷ୍ଟି ହୋଇଥିଲା । ଏହାର ମୁକାବିଲା ପାଇଁ ସେ ଲୋକ ସେବକ ମଣ୍ଡଳ ଓ 'ହିନ୍ଦ‌‌‌ ସେବକ ସମାଜ ମଣ୍ଡଳ ପକ୍ଷରୁ ବି‌ଭିନ୍ନ ବିପନ୍ନ ଅଞ୍ଚଳକୁ ଯାଇ ସାହାଯ୍ୟ

୧୧୧