ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୪୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି





ଛାତ୍ର ବତ୍ସଳ ଶିକ୍ଷକ
ରଙ୍ଗାଧର ମିଶ୍ର

ଶ୍ରୀ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ



ସେଦିନ ଥାଏ ରବିବାର । ଉପରବେଳା ପ୍ରାୟ ସାଢେ ଚାରିଟା ସମୟରେ, ଜାନୁଆରୀ ମାସର ଏକ ଶୀତୁଆ ଅପରାହ୍ନ । ଚମ୍ପୁଆ ଅଞ୍ଚଳର ଦୁଇଜଣ ଛାତ୍ର ଆସି ପହଞ୍ଚିଲେ ଗିବ୍‌ସନ୍ ହାଇସ୍କୁଲ୍‌ରେ । ସେଇଠି ସେମାନେ ନାଆଁ ଲେଖାଇ ପାଠ ପଢିବେ । ସାଙ୍ଗରେ ଆଣିଛନ୍ତି ବିଛଣା ପତ୍ର, ସୁଟ୍‌କେସ୍ ଭିତରେ ନିଜର ଲୁଗାପଟା, ଟ୍ରାନ୍ସଫର୍ ସାର୍ଟିଫିକେଟ ଆଦି । ରବିବାର ଦିନ ସ୍କୁଲରେ ଶିକ୍ଷକ, କିରାଣୀ ବା ପିଅନ କେହି ଅବା କାହିଁକି ରହନ୍ତେ ? ସ୍କୁଲ୍ ମଧ୍ୟ ଭାଗରେ ବଗିଚା । ସେଇଠି ଜଣେ ଗୌର ବର୍ଣ୍ଣର ବାଙ୍ଗରା ଲୋକ ଘାସ କାଟୁଥାନ୍ତି । ପିଲା ଦୁହିଁଙ୍କୁ ଦେଖି ସେ ଜାଣିପାରିଲେ, ସେମାନେ ସ୍କୁଲ୍‌ରେ ନୂଆ କରି ନାଆଁ, ଲେଖାଇବେ । ସେ ପିଲାଙ୍କୁ କିଛି ପଚାରିବା ଆଗରୁ ପିଲା ଦିଜଣ ତାଙ୍କୁ ପଚାରିଲେ- "ଏଠି ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ବସା କେଉଁଠି, କହିପାରିବେ କି ?" ଘାସ କଟା ଛାଡି ସେ ପିଲାଙ୍କୁ ନେଇ ହଷ୍ଟେଲକୁ ଯାଇ ସେ


୧୨୪