ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୪୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଧ୍ୟୟନ ଥିଲା ତାଙ୍କର ଚିର ସ‌ହଚର । ସବୁବେଳେ ସେ ଗ୍ରନ୍ଥ ଅଧ୍ୟୟନକୁ ଅଗ୍ରାଧିକାର ଦିଅନ୍ତି । ଏନେକ କବି, ଲେଖକଙ୍କର ବିରାଟକାୟ ଗ୍ରନ୍ଥ ଗୁଡ଼ିକୁ ସେ ସଂଶୋଧନ କରିଛନ୍ତି । ମତାମତ ଦେଇଛନ୍ତି । ଆଲସ୍ୟ ତାଙ୍କୁ ସ୍ପର୍ଶ କରିନଥିଲା ।

ସର୍ବେ ଟଳିବେ କାଳବଳେ
ଯଶ ରହିବ ମହୀତଳେ ।

ସେଦିନ ୧୯୯୪ ମସିହା ଡ଼ିସେମ୍ବର ମାସରେ ଉଣେଇଶ ତାରିଖ; ପ୍ରାତଃ କାଳରେ ଉପର୍ଯ୍ୟୁକ୍ତ ନିର୍ମମ ସତ୍ୟର ପ୍ରୟୋଗ ଘଟିଲା। ସର୍ବଗୁଣ ସମ୍ପନ୍ନ ଆଦର୍ଶ ଶିକ୍ଷକ ଗଙ୍ଗାଧର ମିଶ୍ରଙ୍କର ଜୀନନରେ । ସେ ଚାଲିଗଲେ ଆରପୁରକୁ । ତାଙ୍କ ବିୟୋଗରେ ହଜାର ହଜାର ଛାତ୍ରଛାତ୍ରୀ , କେନ୍ଦୁଝରର ଅଗଣିତ ଜନତା ସାଶ୍ରୁଲୋଚନରେ ତାଙ୍କର ମର ଶରୀରକୁ ସମ୍ମାନ ଜଣାଇଲେ । ତାଙ୍କ ଶୋଭାଯାତ୍ରାବେଳେ ଗାଡ଼ି ଶଗଡ଼ ଲାଇନ ବାନ୍ଧି ଅଟକିଗଲା । ସାମନ୍ତରାୟପୁର ଶ୍ମଶାନରେ ତାଙ୍କ ଚିତାଗ୍ନି ତାଙ୍କ ମରଶରୀରକୁ ନିଃଶେଷ କରିଦେଲା । କିନ୍ତୁ ସେ ଚିରଦିନ ପାଇଁ ବଞ୍ଚିରହିଲେ କେନ୍ଦୁଝରର ତାଙ୍କରି ଅଗଣିତ ଛାତ୍ରଙ୍କର ହୃଦୟ ମଧ୍ୟରେ କର୍ମଚଞ୍ଚଳ, ସଦାଶୟ ଶିକ୍ଷକ ଭାବେ ।






୧୨୯