ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୫୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କବିପ୍ରାଣ ଶିକ୍ଷକ ସତ୍ୟନାରାୟଣ ବହିଦାର
ଶ୍ରୀ ଭାଗିରଥି ନାୟକ
ଶ୍ରୀ ବାଳକୃଷ୍ଣ କର


୧୯୫୩ ମସିହା ଏପ୍ରିଲ୍ ମାସ । ସମ୍ବଲପୁରରେ ଭୀଷଣ ଖରା । ଚନ୍ଦ୍ରଶେଖର ବହେରା ଜିଲ୍ଲା ସ୍କୁଲ 'ପଲଟନ୍ କୁଆଁ' ନିକତସ୍ଥ ନୂତନ ସୌଧକୁ ସ୍ଥାନାନ୍ତରିତ ହୋଇଥାଏ । ସେଠାରୁ ଲକ୍ଷ୍ମୀ ଟକିଜ୍ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଖରେ ଏତେ ଘର ନ ଥାଏ । ବାମ ପାଖରେ କାଳ ବାଡ଼ି ଓ ଡ଼ାହାଣ ପାଖରେ ବିସ୍ତୀର୍ଣ୍ଣ ପଡ଼ିଆ । ଲକ୍ଷ୍ମୀ ଟକିଜ୍ ପୂର୍ବରୁ ଗୋଟିଏ ପୋଲ ପଡ଼େ । ସେହି ପୋଲ ତଳେ ଛୋଟିଆ ନାଳଟିରେ ଝର ଝର ହୋଇ ପାଣି ବହିଯାଉଥାଏ । ତା' କୂଳରେ କେତେଗୁଡ଼ିଏ ଅରମା ବୁଦା । ସେଦିନ ସକାଳୁଆ ସ୍କୁଲ୍‌ରେ ପାଠପଢ଼ା ଶେଷ କରି କେତେଜଣ ଶିକ୍ଷକ ଅଳସ ପଦରେ ଘରକୁ ଫେରୁଥାଆନ୍ତି । ତାଙ୍କ ଭିତରେ ଥାଆନ୍ତି ସତ୍ୟନାରାୟଣ ବହିଦାର । ପୋଲ ତଳେ ବହୁଥିବା ଛୋଟ ଝରଣା ଦୂରରେ ବିସ୍ତୀର୍ଣ୍ଣ ପଡ଼ିଆରେ ଗାଈ ଚରାଉଥିବା ଗାଈଆଳ ପିଲାଟିକୁ ଦେଖି ତାଙ୍କର କବି କଳ୍ପନା ଉଜ୍ଜୀବିତ ହୋଇ ଉଠିଲା । ସେହି କ୍ଲାନ୍ତ ଅବସ୍ଥାରେ ଏହି ପ୍ରାକୃତିକ ପରିବେଶ ତାଙ୍କ କବିପ୍ରାଣକୁ ସ୍ପର୍ଶ କଲା । ତାଙ୍କ ଓଠରୁ ହଠାତ୍ ଝରି ପଡ଼ିଲା "ଗୁଦୁଗୁଡ଼ିଆ ନାଲୋରେ ନୀ...

ସେହି କବିତାଟି 'ଝଙ୍କାର'ର ୧୯୫୩ ମସିହା ପୂଜା ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ସମ୍ବଲପୂରୀ ଭାଷାରେ ଲେଖିତ ସେହିକବିତାଟି କବିଙ୍କ ପ୍ରଦତ୍ତ ପାଦଟୀକା ସହିତ ଅବିକଳ ନିମ୍ନରେ ପ୍ରଦତ୍ତ ହେଲା ।

ଗୁ୍ଗୁଦିଆ ନାଲେ ନନି
ଗୁଦ୍ ଗୁଦିଆ ନାଳେ...
ହଲିଆ ପିଲାର କରିଆ ଫିନା ଭରିଆ ଛିନା ଫାଲେରେ...
ସଞ୍ଜ ମୁଁହାଁଟି ହଲ୍‌ଦି ଝରା
ଫଗୁନ୍ ମାସେ ଅକର୍‌କରା

୧୩୮