ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୬୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସାର୍ବଦା ଉଦାସ ରହୁଥିଲା । ଆଖିରେ ସର୍ବଦା ଏକ ହଜିଲା ହଜିଲା ଭାବ ପରିସ୍କୃଟ ହୁଏ । କେବେ କାହାରି ମନରେ କଷ୍ଟ ଦେଲା ପରି ପଦେ କଥା ସେ କ ହିନଥାନ୍ତି । ଶିକ୍ଷକ-ମଣ୍ଡଳୀର ଭୋଜି ପ୍ରଭୃତି ହେଲେ ସେ ଆନନ୍ଦ ମନରେ ଯୋଗ ଦିଅନ୍ତି । ବନ୍ଧୁମାନେ ତାସ୍, କ୍ୟାରମ , ଚେସ୍ ପ୍ରଭୁତି ଖେଳରେ ଆନନ୍ଦରେ ମାତିଥିଲା ବେଳେ ସେ ପରିବା କାଟିବା ଆଦି କାମ କରି ରୋଷେଇ ସାହାଯ୍ୟ କରନ୍ତି । ବନ୍ଦୁମାନେ ତାଙ୍କୁ ଥଟ୍ଟା କଲେ ସେ ସାମାନ୍ୟ ମୁଚୁକି ହସି ଦିଅନ୍ତି । ଶିକ୍ଷକବନ୍ଧୁମାନଙ୍କର ସେ ଥିଲେ ପ୍ରିୟ । ତାଙ୍କର ଜୀବନ - ଦର୍ଶନ ତାଙ୍କ ରଚିତ 'ବ୍ୟଥା-ମୂଳ' ଶୀର୍ଷକ ଏକ କବିତାରେ ପରିସ୍କୃତ ହୋଇଛନ୍ତି । ସେଟି ସମ୍ବଲପୁର ଜିଲ୍ଲା ସ୍କୁଲ ପତ୍ରିକା ' ବୈଜୟନ୍ତି ' ର ୧୯୫୦ ମସିହା ସଂଖ୍ୟାରେ ପ୍ରକାଶିତ ହୋଇଥିଲା । କବିତାଟି ନିମ୍ନରେ ପ୍ରଦତ୍ତ ହେଲା ;

               ବ୍ୟଥା ମୂକ
                 ନୀରବର ଦେଇଛି ସକତ ନାଥ
                  ପାଷାଣେ ପତ୍ୟର ପ୍ରାଣ ,
                 ବ୍ୟଥା ଅପମାନ ଯେତେକ ତୁମରି
                    କଠୋର କୃପାର ଦାନ ।
                   କହି ନାହିଁ   ପଦେ କଷା ଘାତେ କଥା ,
                   ମରମରେ  ଷି ଦୁଃସହ୍ୟ  ବ୍ୟଥା,
                  ଗୁରୁ ଗଜରବେ ତୁମରି ଆରତି 
                  ସାଜିଛି ଆକ୍ଷିର ଜଳେ
                    ବିକ୍ଷତି ପ୍ରାଣେ ଥରି ଥରି ନାଥ
                     ତୁମରି ଚରଣେ ତଳେ ।
                      ଅପମାନଭରେ ନମ୍ର ଶିର  ମୁଁ 
                     ତୁମରି ବଦନ ଚାହିଁ
                      ଭକ୍ତି ଯାଏ ସବୁ ବେସନୀ ବାହୁନୀ
                     ଥୁମରି ପରଷ ପାଇ
                      ସଧ୍ଧ୍ୟାରେ ତୁମେ ମଳିନ ମୋ ପାଇଁ 
                    ଗୋଧୂଳି ଲୋହିତ ରକ୍ତେ ମୋ ଚାହିଁ